STORYMIRROR

Papu parida

Drama Classics Others

4  

Papu parida

Drama Classics Others

ଚିଠି ଲେଖୁଛି ମୁଁ

ଚିଠି ଲେଖୁଛି ମୁଁ

1 min
255

ଏ ନଟନାଗର ଏ ଲବଣି ଚୋର

ଭାଙ୍ଗିଲୁ ସପନ ମୋର

ଚିଠି ଲେଖୁଛି ମୁଁ ଗରିବ ପ୍ରାଣୀଟେ

ଦେବୁ ନିଶ୍ଚେ ପ୍ରତ୍ୟୁତ୍ତର ।


ରତ୍ନ ସିଂହାସନେ ମୁରୁକି ହସୁଛୁ

ଭାଙ୍ଗିଦେଇ ମୋର ଘର

ଶ୍ରୀମନ୍ଦିରେ ଖାଇ ଛପନ ଭୋଗ ତୁ

ସୃଷ୍ଟି କଲୁ ହାହାକାର ।


ପବନରେ ମୋର ଭାଙ୍ଗିଦେଲୁ ଘର

ପାଣିରେ ଭସେଇ ନେଲୁ।

କି ଲାଭ ପାଇଲୁ ଦୁର୍ଦ୍ଦଶାରୁ ମୋର

କାହିଁକି ଏପରି କଲୁ ।


ଭାରିଜା ମୋହର ପୁଜେ ଦିନରାତି

ଓଷା ଉପବାସ କରେ 

ମୁଁ ପରା ଚାଷୀଟେ ବିଲ ମୋର ସ୍ୱର୍ଗ

ଖଟିଲେ ମୋ ପେଟ ଭରେ।


ଜାଣତରେ କେବେ କରିନାହିଁ ପାପ

ଭାବିନି କାହାର ମନ୍ଦ

କର୍ମକ୍ଷେତ୍ରେ ମଜ୍ଜି ପୂଜିନାହିଁ ବୋଲି

କଲୁ ମୋ ଜୀବିକା ବନ୍ଦ ।


କହିବୁ କାରଣ ଦେ କ୍ଷତିପୂରଣ

କିପରି ବଞ୍ଚିବୁ ଆମେ

ସତ ନା ମିଛ ଏ ପ୍ରସିଦ୍ଧି ତୋର

ଦାରିଦ୍ର ବନ୍ଧୁର ନାମେ ।


ବାରମ୍ବାର ଆଣି ଦୈବୀ ଦୁର୍ବିପାକ

ସୃଷ୍ଟି ସନ୍ତୁଳନ ପାଇଁ

ଜଗତ ଭିତରେ ଆମେ ବି ଅଛୁରେ

ଦୃଷ୍ଟି ଟିକେ ଦେଲୁ ନାହିଁ ।


ରଖିବୁ ବିଶ୍ୱାସ ସ୍ତ୍ରୀ ଟିର ମୋରହିଁ

ଉତ୍ତର ନିଶ୍ଚେ ରଖିବୁ

ଭକ୍ତର ଅଳିକୁ ନ ରଖିଲେ ତୁହି

ଭକ୍ତର ଅଝଟ ଦେଖିବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama