ମୋ ପ୍ରିୟାର କଳ୍ପନା
ମୋ ପ୍ରିୟାର କଳ୍ପନା
ନିରବ ନିସଙ୍ଗ ନିରସ ଜୀବନ
ସାଥିଟିଏ ଖୋଜୁଥାଏ ପ୍ରତୀକ୍ଷଣ।
ଉତ୍ତମ ଉଦ୍ଦୀପ୍ତ ଉମଙ୍ଗ ଚରିତ୍ର
ମିଳିଯାଆନ୍ତା କି ହୁଅନ୍ତି କି ମୁଁ ମିତ୍ର।
ଅଧିର ଅସ୍ଥିର ଅଥୟ ମୋ ମନ
ପ୍ରେମ ବରଷାର ଦେଖେଇବ ସ୍ବପ୍ନ।
ସୁଶୀଳ ସୁନ୍ଦର ସୁଲୟ ସୁନ୍ଦରୀ
ସିଂହରଣ ମନେ ପ୍ରାଣେ ଦେବଭରି।
ରଙ୍ଗରେ ରଞ୍ଜିତ ରୂପଟି ତାହାରି
ସତେ ହୃଦୟରେ ତିର ଦେବ ମାରି।
କୋମଳ କୌତୁକ କାମୁକ ଚେହେରା
ଅଧୁରା ଜୀବନ କରିବ ମୋ ପୁରା।
ମୋହିନୀ ମାଧୁରୀ ମହାକିତ ହସ
ସମ୍ମୋହନ ମନ୍ତ୍ରେ କରିଦେବ ବଶ।
ଅଳସୀ ଅଉଗ୍ର ଅମଳି ତା ଆଖି
ହୃଦୟ ଅନ୍ତରେ ଯିବ କି ସେ ଲାଖି।
ଚଞ୍ଚଳା ଚପଳା ଚନ୍ଦ୍ରିକା ବଦନ
ଦେଖୁଥିବୀ ତାକୁ ଥିଲା ଯାଏଁ ପ୍ରାଣ।
ସୃଜିତ ସଂସ୍କାରି ଶାଳୀନ ବେଭାର
କଥା ପଦିଏରେ କରିବ ନିଜର।