STORYMIRROR

Papu parida

Drama Romance Others

4  

Papu parida

Drama Romance Others

ମୋ ପ୍ରିୟାର କଳ୍ପନା

ମୋ ପ୍ରିୟାର କଳ୍ପନା

1 min
172

ନିରବ ନିସଙ୍ଗ ନିରସ ଜୀବନ 

ସାଥିଟିଏ ଖୋଜୁଥାଏ ପ୍ରତୀକ୍ଷଣ।


ଉତ୍ତମ ଉଦ୍ଦୀପ୍ତ ଉମଙ୍ଗ ଚରିତ୍ର

ମିଳିଯାଆନ୍ତା କି ହୁଅନ୍ତି କି ମୁଁ ମିତ୍ର।


ଅଧିର ଅସ୍ଥିର ଅଥୟ ମୋ ମନ

ପ୍ରେମ ବରଷାର ଦେଖେଇବ ସ୍ବପ୍ନ।


ସୁଶୀଳ ସୁନ୍ଦର ସୁଲୟ ସୁନ୍ଦରୀ

ସିଂହରଣ ମନେ ପ୍ରାଣେ ଦେବଭରି।


ରଙ୍ଗରେ ରଞ୍ଜିତ ରୂପଟି ତାହାରି

ସତେ ହୃଦୟରେ ତିର ଦେବ ମାରି।


କୋମଳ କୌତୁକ କାମୁକ ଚେହେରା

ଅଧୁରା ଜୀବନ କରିବ ମୋ ପୁରା।


ମୋହିନୀ ମାଧୁରୀ ମହାକିତ ହସ

ସମ୍ମୋହନ ମନ୍ତ୍ରେ କରିଦେବ ବଶ।


ଅଳସୀ ଅଉଗ୍ର ଅମଳି ତା ଆଖି

ହୃଦୟ ଅନ୍ତରେ ଯିବ କି ସେ ଲାଖି।


ଚଞ୍ଚଳା ଚପଳା ଚନ୍ଦ୍ରିକା ବଦନ

ଦେଖୁଥିବୀ ତାକୁ ଥିଲା ଯାଏଁ ପ୍ରାଣ।


ସୃଜିତ ସଂସ୍କାରି ଶାଳୀନ ବେଭାର

କଥା ପଦିଏରେ କରିବ ନିଜର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama