STORYMIRROR

Papu parida

Drama Inspirational

4  

Papu parida

Drama Inspirational

ବାତ୍ୟା

ବାତ୍ୟା

1 min
240

ଶାନ୍ତ ପ୍ରକୃତିର ଭୀଷ୍ମ ରୌଦ୍ରରୂପ 

ଅଟ୍ଟାହାସେ ବାୟୁ ଖେଳାଏ ପ୍ରକୋପ।


ଭାଙ୍ଗି ମନୁଷ୍ୟର ଗର୍ବ ଅହଂକାର 

ବିଭୀଷିକା ଲେଖେ ସ୍ମରଣୀକା ତାର।


ଭଗ୍ନାବଶେଷର ମହାସ୍ତୁପେ ବସି

 ମହାଶିକ୍ଷା ଦିଏ ସବୁ ରୋଷ ନାଶି।


ନିଶ୍ଚିହ୍ନତା ମଧ୍ୟେ ତାର ପାଦଚିହ୍ନ 

ଜନମାନସକୁ ସଜାଏ ବିପନ୍ନ।


ସମୟେ ସମୟେ ଦିଏ ପରିଚୟ 

ସହିଷ୍ଣୁତା ସାଜେ ଧ୍ବଂସର ପାଥେୟ। 


କେବେ ମହାବାତ୍ୟା କେବେ ଫାଇଲିନି

 କେବେ ହୁଡହୁଡ କେବେ ସାଜି ଫୋନି। 


ଆମ୍ଫାନ ,ୟାସ ତାଉତେ ରୂପରେ

 ବିକ୍ଷୋଭ ଝରାଏ ମନୁଷ୍ୟ ଉପରେ। 


ତୁଚ୍ଛ ମଣିଷ ତୁ ନୁହଁରେ ବିଧାତା

 ନବନିର୍ମାଣର ଦିଏ ସେ ବାରତା।


 ଆକଟ କରେ ସେ ସାଜି ଭୟଙ୍କର 

ମା ଅଟେ ସେ ନୁହଁଇ ପଥର।


ପ୍ରକୃତିକୁ ଦେଲେ ସୁରକ୍ଷା ସମ୍ମାନ 

ସାଜିବ କାହିଁ ସେ ଝଡ଼ ଓ ତୁଫାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama