STORYMIRROR

Prafulla Chandra Mishra

Drama

4  

Prafulla Chandra Mishra

Drama

ଚାଳ ଘର

ଚାଳ ଘର

1 min
551


ମାଟି କାନ୍ଥ ଚାଳ ଛପର

     ଗୋମୟ ଲିପା ମୋ ଘର

ବୋଉ ହାତ ଝୋଟି ଚିତା ରେ

     ଆହା ସେ କେଡେ ସୁନ୍ଦର

ସରି ନୋହିବ ଅଳକା ପୁର ।।


ଚାଳ ଘର ନଡ଼ା ଛାଉଣୀ

     ବତା ରେ ଲଇ ଛନ୍ଦଣି

ଖରା ବରଷା ର ଢାଙ୍କୁଣି

     ସ୍ନେହ ର ଯୌଥ ସଂସାର

ସରି ନୋହିବ ଅଳକା ପୁର ।।


ନିଦାଘେ ଲାଗେ ଶୀତଳ

     ଶୀତ କୁ ନଥାଏ ଡର

ମାଆ କୋଳେ ସଞ୍ଜ ଆସର

     ଆଈ ର କାହାଣୀ ମାଳ

ସରି ନୋହିବ ଅଳକା ପୁର ।।


ପ୍ରଭାତେ ଘର ଚଟିଆ ର

     ଶଦ୍ଦେ ନିଦଭାଙ୍ଗେ ମୋର

ଚାଳଘର ଓଳିତଳେ ସେ

     କରିଥାଏ ବସା ତା’ର

ସରି ନୋହିବ ଅଳକା ପୁର ।।


ଚାଳ ଘରେ ଚାଳ ଉପରେ

     ଡଙ୍କ ଲାଉ କଖାରୁ ର

ମାଡି ଥାଏ ଫୁଲ ଫୁଟେ ରେ

     ଦେଖିଲେ ଲାଗେ ସୁନ୍ଦର

ସରି ନୋହିବ ଅଳକା ପୁର ।।


ପିଲାବେଳ ନାହିଁ ସେ କାଳ

      ନାହିଁ ଆଉ ଚାଳ ଘର

ଘର ଚଟିଆ ତ ନାହାଁନ୍ତି

     ସପନ ଦେଖିବା ସାର

ସରି ନୋହିବ ଅଳକା ପୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama