Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manoj Pattnayak

Drama

4.7  

Manoj Pattnayak

Drama

ମାନବ ସେବା ହିଁ ଇଶ୍ଵର ସେବା

ମାନବ ସେବା ହିଁ ଇଶ୍ଵର ସେବା

1 min
208


ମାନବ ସେବା ହିଁ ଈଶ୍ୱର ସେବା

ଏକଥା ନିରାଟ ସତ୍ୟ

ସତ୍ୟକୁ ମଣି ବାଟ ଚାଲୁଥିଲେ

ପାପର ବିଲୟ ନିଶ୍ଚୟ ।


ନର ଦେହ ଧରି ଈଶ୍ୱର ଦିନେ

ଆସିଥିଲେ ରଙ୍ଗ ମଞ୍ଚକୁ

ଏହାର ସଠିକ୍ ପ୍ରମାଣ ପାଇଁକି

ଦେଖ ଭାଗବତ ଗୀତାକୁ ।


ଲକ୍ଷେ ମନ୍ଦିରରେ ପୂଜା କରି ତୁମେ

ଆଶାରଖ ଯେଉଁ ଫଳକୁ

ସେ ଫଳ ପାଇବା ସହଜ ନୁହଁଇ

ପୂଜା କରି ପଥରକୁ ।


ମାନବ ସେବାହିଁ କରିବା ତୁମର

ପ୍ରଥମ କର୍ତ୍ତବ୍ୟ ଅଟେ

ଦ୍ଵିତୀୟ ରହିବ ପଥର ଦେବତା

ପୂଜା କରୁଥାଅ କେତେ ।


ଏ ସାରା ସଂସାରେ ଯେତେ ନରନାରୀ

ସମସ୍ତେ ଈଶ୍ୱର ଅଂଶ

ଏ ମାନଙ୍କୁ ଯିଏ ହିଂସା କରୁଥିବ

ହୋଇଯିବ ଦିନେ ଧ୍ୱସଂ ।


ମାନବ ସେବା କରିବା ପାଇଁକି

ହୋଇଯାଅ ଆଗଭର

ଈଶ୍ବରଙ୍କ ତୁମେ ସନ୍ତାନ ବୋଲି

ପ୍ରମାଣ ମର୍ତ୍ତ୍ୟରେ କର ।


ସ୍ନେହ ପ୍ରେମ ଭକ୍ତି କରୁଥାଅ ତୁମେ

କର ମାନବର ସେବା

ଏଇ ସେବା ପାଇଁ ହଜିଜିବ ଦିନେ

ମାନବ ଆଖିର ଚେତା ।


ଏହି ଦେହ ଶରୀର କ୍ଷଣେ ଭଙ୍ଗୁର

ରହିବନି ଭାଇ ସବୁ ଦିନର

ଯେତେଦିନ ଥିବୁ ସେବା ତୁ କରେ

କଟିଯିବ ଦିନ ତୋର ସଂସାରେ ।


Rate this content
Log in