STORYMIRROR

Papu parida

Drama Classics Others

4  

Papu parida

Drama Classics Others

ଆଗୋ ମୌସୁମୀ

ଆଗୋ ମୌସୁମୀ

1 min
241


ଆଗୋ ମୌସୁମୀ

ଭିଜେଇ ଦେଇ ଯା

ଶୋଷିତ ଅଙ୍ଗକୁ ମୋର,

ବୁନ୍ଦା ବୁନ୍ଦା ମୁକ୍ତା

ଢାଳି ମୋର ଦେହେ

ମନକୁ ମୋ ତୃପ୍ତ କର।


ସାଜି ଘଡଘଡି 

ଗରଜି ଦେ ଟିକେ

କାନକୁ ମିଳୁ ସାନ୍ତ୍ୱନା,

ସାଜି କଳା ମେଘ

ଘୋଟି ଯା ଆକାଶେ

ତୋ ବିନା ରହି ହୁଏନା ।


ବିରହର ନିଆଁ

ଲିଭେଇ ଦେଇ ଯା

ଅନ୍ତରେ ଜାଳଇ ମତେ

ତୁ ଜାଣିଛୁ କି'

ତୋ ଛୁଆଁ ବିନା

କେମିତି ବଞ୍ଚିଛି ସତେ।


ପ୍ରତି ଅଙ୍ଗେ ଅଙ୍ଗେ

ମିଶି ଯା ମୋହର

ମନ ମୋ ହେଉ ତୋଷିତ

ନିରସ ନିଦାଘେ

ନିଃସଙ୍ଗ ଜୀବନ

ହୋଉଥିଲି ମୁଁ ଗ୍ରାସିତ।


ଭୂ ସିକ୍ତ ବାସ୍ନାରେ

ହଜେଇ ଦେଇ ଯା

ମହକି ଯାଉ ମୋ ଦେହ

ଭୁଲି ଯିବି ମୁହିଁ

ଗ୍ରୀଷ୍ମର ତିକ୍ତତା

ଝରାଇଛି ଯେତେ ଲୁହ।


ସବୁଜ ରଙ୍ଗରେ

ରଙ୍ଗେଇ ଦେଇ ଯା

ନିସ୍ତେଜ ଦେହକୁ ମୋର

ନବ ଜୀବନର

ଅନୁଭୂତି ଭରି

ଅପୂର୍ଣ୍ଣକୁ ପୂର୍ଣ୍ଣ କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama