STORYMIRROR

Ajit Kumar Raut

Drama

4  

Ajit Kumar Raut

Drama

ରଙ୍ଗଲିର ଅପୂର୍ବ ଦୃଶ୍ୟ

ରଙ୍ଗଲିର ଅପୂର୍ବ ଦୃଶ୍ୟ

1 min
225


ଘରେ ଘରେ ଆଜି ରଙ୍ଗଲିର ଦୃଶ୍ୟ


ଚହଟି ପଡ଼ିଛି ଆଜି,


ତା ସଙ୍ଗକୁ ପୁଣି କିଣି ଆଣି ଛନ୍ତି


ବାଜାରୁ ହିଁ ବାଣ ଆଜି।୧।


ରଙ୍ଗଲି ଲେଖନ୍ତି ଅପୂର୍ବ ଦୃଶ୍ୟରେ


ବର୍ଣ୍ଣିବା ହିଁ ଅସମ୍ଭବ,


ମନୋରମ ଦୃଶ୍ୟ ରଞ୍ଜିତ ହୋଇଛି


ମନରଞ୍ଜ ମହୋତ୍ସବ।୨।


ଦୀପର ପର୍ବ ହିଁ ରଙ୍ଗଲିର ପର୍ବ


ମିଳନର ପର୍ବ ଏହି,


ଦୀପରେ ସଜ୍ଜିତ ଘର ଘର ଆଜି


ଦୀପାବଳି ପର୍ବ ଏହି।୩।


ବାଣର ଶଦ୍ଦ ହିଁ ଭୟଭୀତ କରେ


ନ ଡରନ୍ତି କେହୁ ତିଳେ,


ଖୁସି ଆନନ୍ଦରେ ବାଣ ଛାଡୁଛନ୍ତି


ଖୁସି ଆନନ୍ଦର ମେଳେ।୪।


ଖୁସିର ଠିକଣା ନ ଥାଏ ପିଲାଙ୍କ


ଛୋଟ ବାଣ ଭି ଛାଡନ୍ତି,


ଝରିବାଣ ମଧ୍ୟ ଜାଳି ଦେଉ ଥାନ୍ତି


ଖୁସିରେ ନାଚି ଉଠନ୍ତି।୫।


ଦୀପାବଳି ଘରେ ପୂଜନ୍ତିଟି ମାଆ


ଲକ୍ଷ୍ମୀ ଠାକୁରାଣୀଙ୍କର,


ପୂଜାର ନୈବେଦ୍ୟ ଦେଇଣ ପୂଜନ୍ତି


ଅନ୍ନପୂର୍ଣ୍ଣା ମାତାଙ୍କର।୬।


ରାମ ଆଗମନ ପର୍ବ ଦୀପାବଳି


ବିଜୟୀର ପର୍ବ ଏହି,


ରାବଣ ମାରିଣ ସୀତା ଙ୍କୁ ଘେନିଣ


ସ୍ବାଗତର ପର୍ବ ଏହି।୭।


ପୌରାଣିକ ପର୍ବ ଏହି ଦୀପାବଳି


ଦୀପ ପର୍ବ ନାମ ଏହି


ପାପିଙ୍କର ନାଶେ ବିଜୟୀ ଉତ୍ସବ


ଦୀପାବଳି ପର୍ବ ଏହି।୮।


ଲକ୍ଷ୍ମୀ ଠାକୁରାଣୀ ଆରାଧନା ପର୍ବ


ଏକତାର ପର୍ବ ଏହି,


ଆନନ୍ଦ ଉତ୍ସବ ମିଳନର ପର୍ବ


ପବିତ୍ର ଦୀପାବଳି ଏହି।୯।


ଘରେ ଘରେ ଆଜି ରଙ୍ଗଲିର ଦୃଶ୍ୟ


ଚହଟି ପଡିଛି ଆଜି,


ତା ସଙ୍ଗକୁ ମଧ୍ୟ କିଣି ଆଣିଛନ୍ତି


ବଜାରୁ ହିଁ ବାଣ ଆଜି।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama