Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Classics Others

4.5  

Papu parida

Drama Classics Others

ଆସୁଛି ବରଷା

ଆସୁଛି ବରଷା

1 min
209


ଆସୁଛି ବରଷା ନେଇ ଉପହାର

ମୁକ୍ତାବୁନ୍ଦା ଟୋପା ଟୋପା

ମୌସୁମୀ ରୂପରେ ବିଞ୍ଚିବ ଧରାରେ

ବୁନ୍ଦା ବୁନ୍ଦା ସୁନା ରୁପା ।


ମାତା ବସୁମତୀ ହେବେ ରଜବତୀ

ରଚିବେ ମାନବ ଲୀଳା

ଏଥି ପାଇଁ ସର୍ବେ ପାଳନ୍ତି ରଜକୁ

ଖୁସି ଆନନ୍ଦର ମେଳା ।


ପ୍ରଥମ ଦିନରେ ଜମେ ସଜବାଜ

ପାଦରେ ନାଲି ଅଳତା

ଦ୍ୱିତୀୟ ଦିନରେ ପହିଲି ରଜରେ

ଶୁଭଇ ରଜ କବିତା ।


ତୃତୀୟ ଦିନରେ ମିଥୁନ ସଂକ୍ରାନ୍ତି

ତା ପରେ ଭୂମି ଦହନ

ପାଞ୍ଚ ଦିନର ଏ ଗଣ ପର୍ବ ଆମ

ଶେଷ ବସୁମତୀ ସ୍ନାନ ।


ରଜ ଦୋଳି ଖେଳ ରଜ ଖିଲି ପାନ

ଲାଗୁଥାଏ ଭାରି ମିଠା

ଘର ଘର ବାସେ ଅପୂର୍ବ ସୁଗନ୍ଧେ

ନାନା ରକମର ପିଠା ।


ଯୁବକ ମାତନ୍ତି କବାଡି ଖେଳରେ

ତାସ ଖେଳର ଆସର

ପ୍ରସ୍ତୁତ ହୁଅଇ କୃଷକ ଭାଈ ମୋ

କର୍ତ୍ତବ୍ୟ ଲାଗି ତାହାର ।


ଓଡ଼ିଆ ସଂସ୍କୃତି ତାର ପରିଚୟ

ତାର ପର୍ବ ଓ ପର୍ବାଣୀ1

ଆନନ୍ଦ ଉଲ୍ଲାସ ସ୍ନେହ ଓ ବିଶ୍ଵାସ

ଅନୁଭୂତି ଦିଏ ଆଣି ।


Rate this content
Log in