Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Drama

4  

Ajit Kumar Raut

Drama

ଘଟେ ଘଟେ ନାରାୟଣ

ଘଟେ ଘଟେ ନାରାୟଣ

1 min
303



ଜୀବ ସେବା ଅଟେ ନାରାୟଣ ଭକ୍ତି

ଘଟେ ଘଟେ ନାରାୟଣ,

ତାଙ୍କରି ସେବାରେ ସମର୍ପଣ ଭାବ

ନିତି ପ୍ରତିଦିନ ଜାଣ ।


ପ୍ରଭୁ ଭକ୍ତି ଅଟେ ଜନସେବା ମନ୍ତ୍ର

ଜୀବନ କର୍ତ୍ତବ୍ୟ ଜାଣ

କର୍ତ୍ତବ୍ୟର ପଥେ ଜନଙ୍କ କଲ୍ୟାଣ

ପ୍ରେମ ଭକ୍ତି ଶ୍ରଦ୍ଧା ଜାଣ ।


ନିଃସ୍ବାର୍ଥର ପ୍ରେମେ ଜନଙ୍କର ସେବା

ଭକ୍ତି ଶ୍ରଦ୍ଧା ରହୁ ମନେ

ସମଭାବ ଭକ୍ତି ସେବାର ପଥରେ

ଜ୍ଞାନ ରହୁ ସଦା ମନେ ।


ବିଚଳିତ ନୋହୁଁ କର୍ମ ପଥ କେବେ 

ନିଃସ୍ବାର୍ଥର ଭାବ ରହୁ

ଜଗତର ନାଥ ପ୍ରଭୁ କୃପାସିନ୍ଧୁ

ନାମ ମନେ ସଦା ରହୁ ।


ରାଷ୍ଟ୍ର ହିତ ପାଇଁ ସମର୍ପଣ ମନ୍ତ୍ର

ଜାଗ୍ରତ ଥାଉଟି ମନେ

ମାଆ ମାତୄଭୂମୀ ସୁରକ୍ଷା ନିମନ୍ତେ

କର୍ତ୍ତବ୍ୟର ମନ୍ତ୍ର ମନେ ।


ଆଶିର୍ବାଦ କର ପ୍ରଭୁ ଦୀନନାଥ

ଜୀବ ପ୍ରତି ଭକ୍ତି ରହୁ

ଶକ୍ତିଶାଳୀ କର କର୍ତ୍ତବ୍ୟ ପଥକୁ

ପଥଗାମୀ ନିତ୍ୟେ ରହୁ ।


ଜୀବ ସେବା ଅଟେ ନାରାୟଣ ଭକ୍ତି

ଘଟେ ଘଟେ ନାରାୟଣ

ତାଙ୍କରି ସେବାରେ ସମର୍ପଣ ଭାବ

ନିତି ପ୍ରତିଦିନ ଜାଣ ।


Rate this content
Log in

Similar oriya poem from Drama