STORYMIRROR

BULU BEHERA

Drama Fantasy Children

3  

BULU BEHERA

Drama Fantasy Children

ସଂଖ୍ୟାରେ ଗୀତ (ଏଗାର - କୋଡିଏ )

ସଂଖ୍ୟାରେ ଗୀତ (ଏଗାର - କୋଡିଏ )

1 min
390


ଏକ ଦଶ  ଏକ --ଏଗାର,

ଜୟ ଭାରତ  ମାତାର l


ଏକ ଦଶ ଦୁଇ -- ବାର,

ତା' ନାମ ତୁଣ୍ଡରେ ଉଚ୍ଚାର l


ଏକ ଦଶ ତିନି - ତେର,

କରିବା ତା' ନାମ  ପ୍ରଚାର  l


ଏକ ଦଶ ଚାରି - ଚଉଦ,

ହଟାଇବା ଜାତି ଭେଦ l


ଏକ ଦଶ ପାଞ୍ଚ - ପନ୍ଦର,

ହେବା ଗାନ୍ଧୀଙ୍କ ପରି  ବୀର l


ଏକ ଦଶ ଛଅ - ଷୋହଳ,

ପିନ୍ଧାଇ ତାକୁ  ଫୁଲମାଳ  l


ଏକ  ଦଶ ସାତ - ସତର,

ତା' ନାମ ରଖିବା  ଅମର l


ଏକ  ଦଶ  ଆଠ - ଅଠର,

ମମତାମୟୀ  ସେ ଆମର  l


ଏକ  ଦଶ  ନଅ - ଉଣସି,

ତା' ପାଇଁ ପ୍ରାଣ ଦେବା ଝାସି l


ଦୁଇ  ଦଶ ଶୂନ - କୋଡିଏ,

ବନ୍ଦେ ମାତରଂ କୁହ ସଭିଏଁ  l



Rate this content
Log in

Similar oriya poem from Drama