STORYMIRROR

Papu parida

Drama Tragedy Others

3  

Papu parida

Drama Tragedy Others

ଯାତ୍ରା ପରେ ମୋ ଗାଁ

ଯାତ୍ରା ପରେ ମୋ ଗାଁ

1 min
306


ଝଡ ପରେ ଶାନ୍ତି 

ଆଜିର ଏ ରାତି

ଗଲା କାଞ୍ଜିଅଁଳା

ରହିଗଲା ସ୍ମୃତି।


ବାସୁନାହିଁ ଆଜି

କାଞ୍ଜିର ମହକ

ହଜିଗଲା ଆଜି

କାଲିର ଚମକ।


ନାହିଁ ଆଜି ସେହି

ପିଠାପଣା ବାସ୍ନା

ଗୋଟିଏ ରାତିରେ

ମିଟିଲା କି ତୃଷ୍ଣା?


ନାହିଁ ଆଡ଼ମ୍ବର

ପାଟ ପଟୁଆର

ଗାଆଁ ପରିବେଶ

ସମୂର୍ଣ୍ଣ ଗମ୍ଭୀର।


ନାହିଁ ରଙ୍ଗମଞ୍ଚ

ନାହିଁ କୋଳାହଳ

ଗାଆଁ ମୋର ଆଜି

ନିରବ ନିଶ୍ଚଳ।


ପୋଛିଦେଲେ ରଙ୍ଗ

ସବୁ କଳାକାର

ବାସ୍ତବ ଆଡକୁ 

ହେଲେ ଅଗ୍ରସର।


ବାହାଘର ପରେ 

ବେଦି ମୁହଁ ପୋଡା

ଗାଆଁରୁ ଅତିଥି 

ହୋଇଲେ ବାହୁଡା।


ନାହିଁ ସେ ବଜାର

ନାହାନ୍ତି ଗ୍ରାହକ

ଯାତ୍ରା ଶେଷ ପରେ 

ହଜିଲେ ଦର୍ଶକ।


କାଲି ଲାଗୁଥିଲା

ରାତି ଦିନ ପରି 

ଉଲ୍ଲାସର ପର୍ବ 

କାହିଁ ଗଲା ସରି।


ଦୁଃଖ ଜୀବନରେ

ସୁଖ ଅନୁଭୂତି

ଅନ୍ଧାର ରାତିର 

ଆଲୁଅ ପାହାନ୍ତି।


ଡାକିଲାଣି ପୁଣି 

ଆମ କର୍ମକ୍ଷେତ୍ର

କାଲି ପାଇଁ ପୁଣି

ହୁଅରେ ପ୍ରସ୍ତୁତ।


ସରିଗଲା ସବୁ

ଉଲ୍ଲାସର ବେଳ

କାଲି ଠୁ ଖେଳିବା

ଜୀବନର ଖେଳ।


ଆର ବରଷକୁ 

ପୁଣି ସେ ଆସିବ

ସ୍ମୃତି ଦେଇ ସତ 

କିଣି ନେଇଯିବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama