STORYMIRROR

Ajit Kumar Raut

Drama

3  

Ajit Kumar Raut

Drama

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
332

ପଢୁଆଁଷ୍ଟମୀ ବା ପୋଢୁଆଁଷ୍ଟମୀଟି 

ପ୍ରଥମାଷ୍ଟମୀର ନାମେ

ପବିତ୍ର ପାର୍ବଣ ଓଡ଼ିଆ ଭାଷୀଙ୍କ    

ପ୍ରଥମା ଅଷ୍ଟମୀ ନାମେ।


ବିଚ୍ଛନ୍ନାଚଳର ପବିତ୍ର ପାର୍ବଣ

ମାର୍ଗଶିର କୃଷ୍ଣ ପକ୍ଷ୍ୟ,

ଅଷ୍ଟମୀ ତିଥିରେ ପାଳନ ଏହାର 

ପାର୍ବଣ ପାଳନ ପକ୍ଷେ।


ପାରମ୍ପରିକ ଟି ଓଡ଼ିଆ ଭାଷୀଙ୍କ

ପାଳନଟି ହୁଏ ଏହୁ

ଭୈରବାଷ୍ଟମୀ ବା ପାପର ନାଶିନୀ

ସୌଭାଗିନୀ ପର୍ବଟି ଏହୁ।


   ପ୍ରଥମ ସନ୍ତାନ ଝିଅ ଅବା ପୁଅ

   ହୁଏ ତାଙ୍କ ବନ୍ଦାପନା,

   ଭକ୍ତିରେ ସ୍ଥାପନା ପରମଲକ୍ଷ୍ମୀଙ୍କୁ

   କରେ ମାଆଁ ପୂଜାର୍ଚ୍ଚନା।


ଅର୍ଦ୍ଧ ରାତ୍ରୁ ଅଠି ନିତ୍ୟକର୍ମ ସାରି

ଲକ୍ଷ୍ମୀଙ୍କୁ କରେ ସ୍ଥାପନା

ଧୂପଦୀପ ଆଉ ନୈବେଦ୍ୟ ଦେଇଣ

ଲକ୍ଷ୍ମୀଙ୍କୁ କରେ ବନ୍ଦନା।


   ଶଙ୍ଖ ହୁଳହୁଳି ସୁଗନ୍ଧିତ ପୁଷ୍ପେ

   ଭକ୍ତିରେ ପୂଜେ ଲକ୍ଷ୍ମୀଙ୍କୁ,

   ପ୍ରଥମ ସନ୍ତାନ ନୂତନ ବସ୍ତ୍ରକୁ 

   ଅର୍ପଣ କରେ ଲକ୍ଷ୍ମୀଙ୍କୁ।


ସେହୁ ବସ୍ତ୍ର ଦିଏ ସନ୍ତାନକୁ ତାର

ପିନ୍ଧନ୍ତି ଅତି ଖୁସିରେ

ବନ୍ଦାପନା କରେ ଲକ୍ଷ୍ମୀଙ୍କ ପାଖରେ

ମଙ୍ଗଳ ହେଉ ତାଙ୍କରେ।


   ଦେବେ ଆଶିର୍ବାଦ ଲକ୍ଷ୍ମୀ ଠାକୁରାଣୀ

   ମାତା କରେ ମନବାଞ୍ଚା,

   ଦୁନିଆର ସୁଖ ମିଳୁଟି ସନ୍ତାନେ

   ଜନନୀର ମନବାଞ୍ଚା।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Drama