ସଂଖ୍ୟାରେ ଗୀତ (91-100)
ସଂଖ୍ୟାରେ ଗୀତ (91-100)
ନଅ ଦଶ ଏକ ଏକାନବେ,
ଭୂତ ଦେଖିଛ କି ତୁମେ କେବେ ?
ନଅ ଦଶ ଦୁଇ ବୟା ନବେ,
ଭୂତ ଦେଖିବ ତୁମେ ଯେବେ ।
ନଅ ଦଶ ତିନି ତେୟା ନବେ,
କ'ଣ କରିବ ତୁମେ ତେବେ ?
ନଅ ଦଶ ଚାରି ଚଉରା ନବେ,
ଗୋଟେ ଗୋଡ଼ରେ ଠିଆ ହେବେ l
ନଅ ଦଶ ପାଞ୍ଚ ପଞ୍ଚା ନବେ,
ବୃତ୍ତlକାରରେ ମୁତି ଦେବେ l
ନଅ ଦଶ ଛଅ ଛୟା ନବେ,
ସେ ଭିତରୁ କିଛି ଧୂଳି ନେବେ ।
ନଅ ଦଶ ସାତ ସତା ନବେ,
କେବେହେଲେ ନଇଁ ନ ପଡିବେ ।
ନଅ ଦଶ ଆଠ ଅଠା ନବେ,
ପାଦ ଅଗ୍ରରେ କ୍ଷିପ୍ର ଛାଟୁ ଥିବେ ।
ନଅ ଦଶ ନଅ ଅନେଶତ,
ଡରି ପଳାଇବ ସେହି ଭୂତ ।
ଦଶ ଦଶ ଶୂନ ଶହେ,
ମୋ' ଅଜା ଭୂତ ଗପ କହେ ।