ଆସରେ ମିତ, ଗାଇବା ସଂଖ୍ୟା ଗୀତ
ଆସରେ ମିତ, ଗାଇବା ସଂଖ୍ୟା ଗୀତ
ଏକ --- ରଖିବା ଦେଶର ଟେକ l
ଦୁଇ --- ଭାରତ ଜନମ ଭୂଇଁ l
ତିନି --- ଭାରତ ଆମ ଜନନୀ l
ଚାରି --- ଆମେ ସନ୍ତାନ ତାହାରି l
ପାଞ୍ଚ --- ଏଡାଇବା ଯେତେ ଆଞ୍ଚ l
ଛଅ ---- ଆମେ ସବୁ ଭାରତୀୟ l
ସାତ --- ଗାଇବା ଆସରେ ଗୀତ l
ଆଠ -- ଜାଗରେ ନକରି ମଠ l
ନଅ --- ତା' ପାଇଁ ଜୀବନ ଦିଅ l
ଦଶ --- ରଖିବା ତାହାର ଯଶ l