STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଭାଇ, ସିଏ କି କବିଟିଏ?

ଭାଇ, ସିଏ କି କବିଟିଏ?

2 mins
4

ଭାଇ,ସିଏ କି କବିଟିଏ?🙏

********ଅପର୍ତ୍ତି ସେଠୀ

   (ରମ୍ୟ ରଚନା)

ପାଇନି ଯିଏ ପଡିଶାଘରୁ

   ପାଗଳ ଊପାଧିଟେ,

ଶୂନ୍ଯକୁ ଚାହିଁ ବସିନି‌ ଯିଏ

   କାମୁଡି କଲମଟେ,

ରାତି ଅଧିଆ ଘରଣୀ ସହ

  କଳି କରିନି ଯିଏ,

ଭାଇ,ସିଏ କି କବିଟିଏ ?

ଚିରିନି ଯଦି ପୁଳେ କାଗଜ

   ଖାଇବା ଭୁଲିନିଯେ,

ରାତି ଅନିଦ୍ରା ହୋଇକି‌ ଶବ୍ଦ

   ପଦ ଖୋଜିନି ଯିଏ,

ବିଳିବିଳେଇ ସାହିତ୍ୟ ସଭା

   ସ୍ଵପ୍ନ ଦେଖିନି ଯିଏ,

ଭାଇ,ସିଏ କି କବିଟିଏ? 

ଶବ୍ଦ ଖୋଜିକି ବାଟରେ ଝୁଣ୍ଟି

   କଚଡା ଖାଇନି‌ ଯେ,

କାହାସହ ଧକ୍କା ହେଇ ଛାତିରେ

   ଛେପ ଛାଟିନି ଯିଏ,

ଶବ୍ଦ ଖୋଜାରେ ଭାବ ବଜାରେ

   ହଜିନି ଥରେ ଯିଏ,

ଭାଇ ସିଏ କି କବିଟିଏ? 

ଦିନକ କଥା ସାହିତ୍ୟ ସଭା

   ଯିବାକୁ ବାହାରିଲି,

ଚଷମା ଖୋଜି ବିଳମ୍ବ ହେଲା

   ଭାରି ବିରକ୍ତ ହେଲି।

ଘରଣୀ ମୋର ସ୍ନାନ ସାରିଣ‌

   ପହଞ୍ଚିଗଲା ଆସି,

ଚଷମା ମୋର ନାକ ଉପରେ

   ଆଙ୍ଗୁଠି‌ ଦେଲା ଖେଞ୍ଚି।

କବିତା ନିଶା ମୁଣ୍ଡରେ ଥିଲେ

   ଏଭଳି ପ୍ରାୟ ହୁଏ ,

ସାର୍ଟ ପ୍ୟାଣ୍ଟ୍ ‌କି କଲମ ଖୋଜି

    ସମୟ ଚାଲିଯାଏ।

ଏମିତି ଯେବେ ସଭାରୁ ଫେରେ

    ଘରଣୀ ଖୁସି ପାଇଁ,

ଗେଲ ମୁଁ କରି କହେ ତୁମଠୁଁ 

    ସୁନ୍ଦରୀ କେହି ନାହିଁ।

ସେଦିନ ଘରେ ଆସିଲି ଗୋଟେ

    କବିତା ଭାବୁଥିଲି,

ନ ଜାଣି ରଙ୍ଗ ଭାଉଜଙ୍କୁ ଯା'

    କୁଣ୍ଢାଇ ପକେଇଲି।

ତୁମେ ଡାର୍ଲିଂ ଭାରି ସୁନ୍ଦରୀ  

    କହି ଦେଲି‌ ମୁଁ ଚୂମା,

ହଠାତ୍ ସ୍ତ୍ରୀ ଆସି ସେକିଲା‌ 

   ଫୁର୍‌ସତ୍‌ ଦେଲାନି ଜମା ।

ସାହିତ୍ୟ ଭାବେ ଲେଡିଜ୍‌ ସାଙ୍ଗେ

   ଧକ୍କା ହେଇନି‌ ଯିଏ,

ଭାଇ, ସିଏ କି କବିଟିଏ?

ଶୟନେ ସ୍ଵପ୍ନେ କି ଜାଗରଣେ

    ଭାବେ ବୁଡିନି‌ ଯିଏ,

ସଞ୍ଜ ସକାଳ କି ଶୀତ ଉଷ୍ଣ‌

    ଏକ କରିନି ଯିଏ,

ଖାଇବା ବେଳେ ଟିପକୁ ତଳେ

    ମାରି ଖାଇନି ଯିଏ,

ଭାଇ,ସିଏ କି କବିଟିଏ ?ଆଉ...

ନିଜ କବିତା ପଢିବା ପାଇଁ

   ବ୍ୟସ୍ତ ହୋଇନି ଯିଏ,

ଅନ୍ଯ କବିତା ପାଠ ବେଳରେ

   ସଭା ଛାଡ଼ିନି ଯିଏ,

ମାନ ପତର‌ ଫେସ୍‌ବୁକ୍‌ରେ

   ପୋଷ୍ଟ‌ କରିନି ଯିଏ।

ଭାଇ,ସିଏ କି କବିଟିଏ?  

ସଭାରେ ଯାହା ଶୁଣିଥିଲି ମୁଁ

   ବକ୍ତାଙ୍କ ବକ୍ତବ୍ୟରେ,

ଝାଡ଼ା ‌ପରିଶ୍ରା ମାଡ଼ିଲା ଭଳି

   କବିତା କାଳେ ମାଡେ‌,

ଜୀବନେ କେବେ ମାଡିନି‌ ଯଦି

   ଯାହାକୁ କବିତାଟିଏ,

ଭାଇ,ସିଏ କି କବିଟିଏ?

ହାଟ ବଜାର ସବୁ ଗଡ୍‌ବଡ୍‌

   କବିତା ମୁଣ୍ଡେ ଥିଲେ,

ଏ ଅନୁଭୂତି ନିଶ୍ଚେ କୋଉଠି

  କବିଙ୍କ ଭାଗ୍ୟେ ମିଳେ।

ମଦ ତ ନିଶା ଗଞ୍ଜେଇ ନିଶା

   ବିଡ଼ି ସିଗ୍‌ରେଟ୍ ନିଶା,

କିନ୍ତୁ କବିତା ଏମିତି ନିଶା

   କବି ମୁଣ୍ଡେ ତା' ବସା।

କବିତା ନିଶା ଦିନେ ଘାରିଲା‌ 

   ବସ୍‌ରେ ଗଲାବେଳେ,

କବିତାଟି ମୋ ମୁଣ୍ଡେ ପଶିଲା

    ବୁଡିଲି ଭାବନାରେ।

ଷ୍ଟପେଜ୍ ମୋର ଗଲାଣି ଚାଲି

    କବିତା ଭାବେ ବୁଡ଼ି,

କେନ୍ଦ୍ରାପଡ଼ାରେ ରହିବା ଲୋକ

    ହେଲି ବାଦାମ‌ବାଡି। 

ଏଣେ ତେଣେ ମୁଁ ଚାହିଁକି ଯାହା

    ଲାଜେଇ ହସିଦେଲି,

ଧନ୍ୟ କବିତା କହି ମୋ ମୁଣ୍ଡ

    ହାତଟା‌ ମାରିଦେଲି‌। 

ଏମିତି ଧରେ ସାହିତ୍ୟ ନିଶା

   ଯେଉଁଠି ଯେଉଁ ସ୍ଥାନେ,

ଘର ସଂସାର ସବୁ ଭୁଲିକି‌

    କବି ବସ‌ଇ ମୌନେ।

ଭିନ୍ନ ରାଇଜେ ବୁଲ‌ଇ ସିଏ

   ନିଜଠୁଁ‌ ଦୂରେ ଯାଇ,

ଭାବ ଆବେଗ ରସ‌ ତତ୍ତ୍ଵରେ

   କବିତା ଗଢେ ସେହି‌।       

କବିତା ନିଶା ଧରିଲେ ଭାଇ 

   କବି ହୁଅ‌ଇ ଧନ୍ୟ,

ସମାଜ ହିତ ଏହି ସାହିତ୍ୟ

   ବଢାଏ ଦେଶ ମାନ।

ସାହିତ୍ୟ ଲେଖ କବି ଲେଖକ

    ଅନ୍ୟକୁ ଥରେ ପଢ,

ଅନ୍ୟକୁ ଶୁଭ ଦୃଷ୍ଟିରେ ଦେଖ

    ନିଶ୍ଚେ ହୋଇବ ବଡ଼।

(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

  ମୋ - ୭୮୯୪୩୯୮୫୦୦)


Rate this content
Log in

Similar oriya poem from Comedy