ସ୍ତ୍ରୀ ମୋର ଫାଇଭ୍ ଟି ନାରୀ
ସ୍ତ୍ରୀ ମୋର ଫାଇଭ୍ ଟି ନାରୀ
(ରମ୍ୟ ରଚନା)
ସହଜେ ଏ ଯେଉଁ ଅସହ୍ୟ ଗରମ
ଦେହ ମୁଣ୍ଡ ଜଳିଯାଏ,
ମୋବାଇଲଟାକୁ ଚାର୍ଜ କଲାବେଳେ
ସିଏ ମଧ୍ୟ ତାତିଯାଏ।
ଫୋନ୍ ତାତି ଯିବା ଭଲ ନୁହେଁ ବୋଲି
ମୁଁ କହୁଥିଲା ବେଳେ,
ମୁରୂଖ ଗାଉଁଲି ଘରଣୀଟି ମୋର
ଶୁଣିଥିଲା ସେତେବେଳେ।
ସେଦିନ ହଠାତ୍ ତରବର ହୋଇ
ମୋବାଇଲ ଛାଡିଦେଇ,
ପାଖ ବଜାରକୁ ଚାଲିଯାଇଥିଲି
ଡେରିରେ ଫେରିଲି ମୁହିଁ।
ଘରେ ପହଞ୍ଚି ମୁଁ ମୋବାଇଲ ଖୋଜେ
ଆଉ କି ପାଉଛି ତାକୁ,
ରାଗିଯାଇ ମୁହିଁ ପାଟିଟା କମ୍ପେଇ
ଡାକି ଦେଲି ଘରଣୀକୁ।
ମୋବାଇଲ ମୋର କୁଆଡେ ଗଲା କି
ଖୋଜି ଖୋଜି ପାଉ ନାହିଁ,
ଘରଣୀ କହୁଛି ମୋବାଇଲଟାକୁ
ଫ୍ରିଜ୍ରେ ରଖିଛି ମୁହିଁ।
ଏକଥାକୁ ଶୁଣି ରାଗଗଲା ଚଢ଼ି
ଦେଲି ଚଟକଣିଟିଏ ,
କ'ଣଭାବିଲ ହେ ସ୍ମାର୍ଟ ଫୋନ୍ ମୋର
କଞ୍ଚା ପରିବା କି ସିଏ?
ଯେତେଯାହା କଲେ ତମ ନାରୀ ଜାତି
କେବେ ସୁଧୁରିବ ନାହିଁ,
ପୁରୁଷଙ୍କ ଠାରୁ ସବୁଦିନେ ତମେ
ରହିଥିବ ଛୋଟ ହୋଇ।
ଘରଣୀ ମୋହର ଝାଡୁଟିଏ ଧରି
ରାଗରେ ଆସିଲା ମାଡ଼ି,
କ'ଣ କହିଲୁ ବାଡ଼ି ପଶା ଆରେ
ଯିବି ତୋ ଛାତିରେ ଚଢ଼ି ।
ନାରୀ ଯଦି ପଛେ ପୁରୁଷଟା ଆଗେ
ବୁଝାଇ କହରେ ମୋତେ,
ଆମ ନାରୀ ଜାତି ବାଳକୁ କି ସରି
ପୁରୁଷ ଜାତିଟା ସତେ।
ଆମ ବାଳ କିଲ ଯେ ପାଞ୍ଚ ହଜାର
କିଣି ନିଏ ଫେରିବାଲା,
ତୁମ କୋଉ ବାଳ ମାଗଣା ନେବକି
ଯେ ସୁନୁପାମ୍ପୁଡିବାଲା?
ଆମ ନାରୀ ରୂପ ଦେଖିକି ପାଗଳ
ତୁମର ପୁରୁଷ ଜାତି,
ଏବେ ବି ତ ମୋତେ ଅନେକ ପୁରୁଷ
ଲାଇନ୍ ଯେ ମାରୁଛନ୍ତି।
ଆମ ନାରୀ ଜାତି ଉପରେ ସବୁଠିଁ
ପୁରୁଷ ଖଟନ୍ତି ବେଠି,
ରାସନ କାର୍ଡ ଉପରେ ସ୍ତ୍ରୀଟି
ଆଗରେ ମହିଳା ଗୋଷ୍ଠୀ।
ଆମେ ତ ମିଟିଂ ଯାଉଛୁ ସବୁଠିଁ
କାନ୍ଧେ ଗଳେଇ ଭେନିଟି,
ଛୁଆ ଖେଳଉଛ ଘର ଜଗୁଅଛ
ତୁମେ ତ ପୁରୁଷ ଜାତି।
ଆମ ନାରୀ ଶକ୍ତି ପୁରୁଷ ମାନଙ୍କୁ
ଚରଉଛି ଛେଳି ଭଳି,
ନାରୀକି ଆସନ ସବୁଠିଁ ମିଳୁଛି
ପୁରୁଷ ରହୁଛି ଡରି।
ଅଛି ଯେ ମହିଳା କମିଶନ କୋର୍ଟ
ନାରୀର ସୁରକ୍ଷା ପାଇଁ,
ଆମେ ଯଦି ମିଛ କେସ୍ କରିଦେବୁ
ଘଣା ପେଲୁଥିବ ଯାଇ।
ଯାଇ ମୁଁ ମିଟିଂ ଏତିକି ଜାଣିଛି
ଆମ ଅନୁମତି ବିନା,
ସ୍ଵାମୀ ହେଲେ ମଧ୍ୟ କାଢ଼ି ପାରିବନି
ଆମ ମୁଣ୍ଡରୁ ଓଢ଼ଣା।
ତେଣୁ ଆମେ ଅଟୁଁ ଫାଇଭ୍ ଟି ନାରୀ
ଆମକୁ ରହିବ ଡରି,
ପୁରୁଷ ପଣିଆ ଯଦି ଦେଖାଇବ
ତୁମକୁ ଦେବୁ ହେ ମାରି।
ଏମିତି ଅନେକ କଥା ନନ୍ଷ୍ଟପ୍
ଘରଣୀ ମୋ ଗପୁଥିଲା,
ତା'କଥା ମୋର ଏ କାନେ ପଶିକି
ସେ କାନେ ବାହାରୁଥିଲା।
ମୋର ମୋବାଇଲି ହୋଇଲା ଅକାମି
ବିକଳରେ ଘଷୁ ଥିଲି,
କେମିତି ମୁଁ ବ୍ୟଙ୍ଗ କବିତା ଲେଖିବି
ସେଇକଥା ଭାବୁଥିଲି।
ଭାବୁଥିଲି ଧନ୍ୟ ସରକାର ଆମ
ନାରୀକୁ ଦେଲା ପ୍ରାଧାନ୍ୟ,
ଯେଉଁଥିପାଇଁକି ଶାଶୁ ଶ୍ୱଶୁର ଯେ
ଯାଉଛନ୍ତି ଜରାଶ୍ରମ।
ଷଣ୍ଢକୁ ମାଇଲେ ମଲି ଭାଇ ଏଠି
ଷଣ୍ଢ ବି ମାଇଲେ ମଲି,
କିଯୋଗରେ ଏଇ କାପରଖାଇର
ହାତ ମୁହିଁ ଧରିଥିଲି?
ଭାବୁଥିଲି ନାରୀ ପୁରୁଷ ସମାନ
ଭାବନା ମୋ ଭୁଲ୍ ଥିଲା,
ଆଜି ମୁଁ ଭାବୁଛି ନାରୀ ବଡ଼ ଏଠି
ପୁରୁଷ ତା' ପଛପେଲା।
କିନ୍ତୁ ଏହା ସତ ନାରୀ ଓ ପୁରୁଷ
ବିନା ଏ ସଂସାର ଅଧା,
ପୁରୁଷଟି ଯଦି କଳାକାହ୍ନୁ ହୁଏ
ନାରୀଟିଏ ପରା ରାଧା।