STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଜାଲ

ଜାଲ

1 min
190

   (ରମ୍ୟ ରଚନା)

ଭାଳେଣି ପଡିଛି କେରାଣ୍ଡି କଣ୍ଟିଆ

  ମହୁରାଳି‌ମାନଙ୍କର 

ଜାଲକୁ ସଜାଡି ବସିଛି ଗୋଖେଇ

  କାଣ୍ଟିବଗ ଯେ ପ୍ରକାର।


ବଦମାସୀ କରେ ମଝିରେ ମଝିରେ

  ଫୁଟାଣିଆ ଦଣ୍ଡିକିରୀ 

ଥାପୁଡ଼ା ମାର‌ଇ ଶେଉଳ ଡାଙ୍କିଆ

  ରାଗେ ହୋଇ ଶିରିଶିରି‌।


ଫୁଲେଇ ବାଳିଆ ନିଶକୁ ଫୁଲେଇ

  ମାରୁଥିଲା ବାହାସ୍ଫୋଟ‌ 

ଗୋଖେଇକି‌ ଦେଖି ମୁହଁ ଗଲା ଶୁଖି

  ଅନେଇଛି ମଟମଟ‌।


କଟକିଆଣୀ ସେ ଛଟକି‌ ଟକଳ

  ଖସିଆକୁ ଡାକି କହେ 

ଦେଏଖ୍‌ଲୋମିତ ଗୋଖେଇ ବ‌ଇଚି

  ହାଏରେ‌ କପାଳ ହାଏ।


ହାବେଳୀ‌ ପରିକା ବାତେରା ଗଡ଼ିଶା

  ଉଠୁଥାଏ ବୁଡୁଥାଏ 

ବଡପାଟି କରି ଟାଉକି ବୋଦସୀ

  ତାକୁ ଗାଳି ଦେଉଥାଏ।


ବାଲିରେ ଶୋଇଚି ବାଲିଗରଡା ସେ

  ନାହିମୁଣ୍ଡେ‌ ତେଲ ଦେଇ 

ଗୋଖେଇ‌ ଭାରିଜା‌ ଅନେଇ ବସିଛି

   ପନିକି‌ ପାଚିଆ‌ ଥୋଇ।


ତଳ ବାହୁଙ୍ଗାଟି‌ ଖସୁଥିଲେ ସିନା

   ଉପର ବାହୁଙ୍ଗା ହସେ 

ମଝିବାହୁଙ୍ଗା ସେ ଚିଙ୍ଗୁଡ଼ିଖାଡିଆ

 (କହେ) ମୋ ଦିନ କାଳ‌ ଆସେ।


ବଡଘର ବଡ଼ ଗୁମରପଣିଆ

  ମାଗୁର ମାଛର କଥା 

ଆଉ ନାହିଁ ଠାଣି ରତା‌ ଶିଙ୍ଗିଟିର‌

   ଘୂରିଯାଏ‌ ତାର ମଥା।


ଅଳପ‌ ବୁଦ୍ଧିଆ କଳପ‌ଟିଏ‌ ଲୋ

   ଅଟେ କୁରୁ କପାଳିଆ‌ 

ଅମର ଲଡୁ ସେ ଖାଇଚି‌ ମାଆଲୋ

  ମାରୁଥାଏ ଖାଲି ଡିଆଁ।


ମହାକାଳ‌ ପରି ମାୟାଜାଲ‌ ସିଏ

  ଚିତ୍ରଗୁପ୍ତ‌ ହାତେ ପାଞ୍ଜି 

ଜାଣି ଦଶରଥ‌ ଖୋଜୁଥାଏ ଗାତ

 (କାଳେ)ପାଳି ପଡିଯିବ‌ ଆଜି।


ରହି ରହି ରୋହି‌ ଭାକୁଡକୁ‌ କହେ

  ମିରିକାଳୀ‌ କାହିଁ ଗଲା 

କ‌ଇଁଛ ମ‌ଉସା କିଛି ବୁଝିଲାନି‌

  ବେଳ ଖରାପ ପଡ଼ିଲା।


ଏହି କଥା‌ କେବେ ନୋହିବ ଅନ୍ୟଥା‌

  ମାଳିକା ବଚନ‌ ପରି 

ସାତତାଳ‌ ପଙ୍କ‌ ରଙ୍କ‌ ଫରୁଆରେ‌

  କୀର୍ତ୍ତନ କରୁଚି‌ ତୋଡି‌।


ସଂସାରଟି ମାୟା ଜାଲରେ ମନୁଆଁ‌

  ସର୍ବେ ଏଠି ଛନ୍ଦାଛନ୍ଦି 

ମିଛର‌ ସମ୍ପର୍କେ‌ ବାଇଆ‌ ଅପର୍ତ୍ତି

  ନିଜେ ହୋଇଯାଏ ‌ବନ୍ଦୀ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy