STORYMIRROR

Anjana Naik,Anju..Deogarh

Comedy

4  

Anjana Naik,Anju..Deogarh

Comedy

ବୟସ ଦିଶିଲାଣି

ବୟସ ଦିଶିଲାଣି

1 min
346

ଚଉରାଳିଶି ଫଗୁଣ ଆସି ମୋ 

ଦେହେ ନେସି ହୋଇ ଚାଲିଗଲେଣି

କିଏ କହେ ମୁଁ ବଦଳି ଯାଇଚି

ମୋ ମନ କହେ, ଅଛି ମୋର ସେଇ ଚାହାଣୀ 

ସତେକି ସମୟ ବୟସର ଛାପ ଛାଡ଼ିଲାଣି।


କିଏ ପଚାରିଲେ ମୋତେ ବୟସ

ଇୟାଡ଼ୁ ସିୟାଡ଼ୁ ଭଣ୍ଡେଇ ଭଣ୍ଡେଇ 

ଗାଳି ଦି ପଦ ମୋ ପାଟିରୁ ବାହାରି ଗଲାଣି

ସତେକି ମୋର ମନ ଲୁଚଉଥିବା କଥା

ଏଇ ଚେହେରା ଠିକ୍ ବଖାଣି ଦେଲାଣି।


ରାତି କଥା ଛାଡ଼ ଛାତିରେ ରଖୁଛି

ଦିନ ଦିପ୍ରହରେ ଚଷମା ଖୋଜା ହେଲାଣି

ଦୂର ଲୋକ କଥା କିଏ ପଚାରେ 

ପାଖ ଲୋକ ଝାପସା ଝାପସା ଦିଶିଲେଣି 

ସତେକି ବୟସ ଖସି ଆସିଲାଣି ।


ଗୋରା ତକତକ ମୁହଁରେ ମୋହର 

ରାତିସାରା ଜଡ଼ିବୁଟି ବୋଳି ହେଲିଣି

ପୁଚୁକି ଗାଲରେ ଶିରା ଶିରା ଗାର

କୁଞ୍ଚକୁଞ୍ଚ ଦିଶି ଆସିଲାଣି

ସତେକି ମୁହଁ ପାଣି ସୁଖି ଗଲାଣି। 

  

ଫୁସୁର ଫାସୁର କଥା କି କହିବି

ମୋର କାନ ଘାଇଁ ଘାଇଁ ଶୁଭିଲାଣି  

ଦୁରର ଶବଦ ସାତସପନ ଲୋ

ପାଖ ଲୋକ କଥା କାନ ଡେରି ଶୁଣିଲିଣି

ସତେକି ଇନ୍ଦ୍ରିୟ ଦୁର୍ବଳ ହେଲାଣି ।


ଖୁସି ମଜା ପିଲା ମାନଙ୍କ ସହିତେ

ଆଲୋଚନା କରୁକରୁ ତାଳମେଳର 

ଶିକାର କେବେକେବେ ମୁଁ ହେଲିଣି

ଅତୀତ କାହାଣୀ ବଖାଣିବି କ,ଣ

ଏବେଏବେ ମନ ଭୁଲାଣିଆଁ ହେଲାଣି 

ସତେକି ସ୍ମୃତି ଶକ୍ତି କମିଗଲାଣି ।


ମୁଣ୍ଡରେ ରଙ୍ଗ ରଙ୍ଗେଇ ରଙ୍ଗେଇ 

ଦାମିଦାମି ତେଲ ଫେଲ ହୋଇଗଲେଣି

କଳା କିଚମିଚ ବାଳ ଭିତରୁ କାଲି ଜାଣିଲି

ଦୁଇ ଚାରି କେରା ଧଳାଧଳା ଦିଶିଗଲାଣି

ସତେକି ମୋର ବୁଢ଼ି ବୟସକୁ ହସିଲାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy