STORYMIRROR

Rasmita Behera

Comedy Tragedy Inspirational

3  

Rasmita Behera

Comedy Tragedy Inspirational

ସ୍ୱାମୀ ମୋ ସିଙ୍ଗିଲ ଭାଗ-3

ସ୍ୱାମୀ ମୋ ସିଙ୍ଗିଲ ଭାଗ-3

1 min
167

ଭଉଣୀ ମୋହର ବୁଝେଇଲା ମୋତେ

      ଡେଟିଙ୍ଗକୁ ଯିବା ପାଇଁ

ନୂଆ ସିମ୍ ପାଖ ମାର୍କେଟ କୁ ଯାଇ

      ଆଣି ଆସିଲି ତ ଧାଇଁ.....

ସକାଳୁ ଲଭିଲର  ଆଇ.ଡିକୁ ଯାଇ 

     ସ୍ୱାମୀଙ୍କୁ ନମ୍ବର ଦେଲି

ଦୁଇ ସେଂକଣ୍ଡରେ ଫୋନରେ ଡାକିଲେ

      "ଆସ ଯିବା ପାର୍କ ବୁଲି"...

କଅଁଳ ସ୍ୱରରେ   କହିଲି ତାଙ୍କୁ ମୁଁ 

      "ଚଞ୍ଚଳ ଆସିବି ଫେରି

ଘରେ ମାଆ ମୋର ଗାଳିଦେବ କେତେ

    ହୋଇଗଲେ ଟିକେ ଡେରି"....

ଯେଉଁ ସମୟରେ କହିଥିଲେ ମୋତେ

       ବେଶ ହୋଇ ବାହାରିଲି

ମୁହଁରେ କପଡା    ଚୁଡ଼ିଦାର ପିନ୍ଧି

     ଲଭଲି ମୁଁ ହୋଇଗଲି....

ପାର୍କରେ ପହଁଞ୍ଚି ଦେଖିଲି ସ୍ୱାମୀ ମୋ

      ଅପେକ୍ଷାରେ ବସିଛନ୍ତି

ପାର୍ଲର କୁ ଯାଇ   ସଜବାଜ ହୋଇ

       ଚିକ୍କିଣିଆ ଦିଶୁଛନ୍ତି....

ତାଙ୍କ ପାଖେ ଯାଇ କହିଲି "ମୁଁ କିଏ

     ଜାଣିକି ପାରୁଛ ମୋତେ ?"

ସ୍ୱାମୀ ମୋର ହସି ଗୋଲାପଟେ ଦେଇ

    ବଖାଣିଲେ ପ୍ରେମ କେତେ...

ଲଭଲି ସାଜି ମୁଁ ସ୍ୱାମୀଙ୍କ ଆଗରେ 

    ଛିଡା ସିନା ହୋଇଗଲି

ଧରା ପଡିଯିବି କାଳେ ତାଙ୍କ ଆଗେ

     ଡରି ଡରି ଥରୁଥିଲି.... ।।


 ✍️ରଶ୍ମିତା ବେହେରା 

             (ବାଲେଶ୍ୱର)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy