STORYMIRROR

Rasmita Behera

Tragedy Inspirational

3  

Rasmita Behera

Tragedy Inspirational

ସ୍ୱାମୀ ମୋ ସିଙ୍ଗଲ୍ #part-6

ସ୍ୱାମୀ ମୋ ସିଙ୍ଗଲ୍ #part-6

1 min
236

ଘରେ ପହଁଞ୍ଚିଲି, ଦେଖିଲି ସ୍ୱାମୀ ମୋ 

   ମୋବାଇଲ କେଞ୍ଚୁଛନ୍ତି

ମୋତେ ଦେଖି ଦେଇ କିଛି ନପଚାରି

   ମନେ ମନେ ହସୁଛନ୍ତି.... 


ଧୁଆ ଧୋଇ ହୋଇ ନେଟ୍ ଖୋଲି ଦେଇ

   ଲଭଲି ଆଇ.ଡି.କୁ ଗଲି

ଭାବି ମୁଁ ନଥିଲି ସ୍ୱାମୀ ମୋ ଏମିତି

  କାମ କରି ଥିବେ ବୋଲି....


ମେସେଜରେ ସିଏ ଲେଖିଛନ୍ତି "ଲଭଲି

   କଅଣ କରୁଛ ଏବେ ?

ଭାଇଙ୍କୁ ଡାକ୍ତରଖାନା ନେଲଣିନା

 ପୁଣି ଦେଖା ହେବ କେବେ....?" 


ଘରେ ସମସ୍ତଙ୍କ ଦେହ ପା' କେମିତି

   ଖାସ୍ କରି ଭାଇଙ୍କର 

ଟଙ୍କା ଯଦି ଆଉ ଆବଶ୍ୟକ ହୁଏ 

   କହିବ ସୁନ୍ଦରୀ ମୋର... 


ତୁମ କଥା ଭାରି ମନେ ମୋ ପଡୁଛି 

  କଲ ଟିକେ ଶୀଘ୍ର କର

 ରାଗିଛକି ଲଭଲି ଦେଉନା ଉତ୍ତର

   ମୋର ସବୁ ମେସେଜର... ?


ଏତିକି ମେସେଜ ପଢିଦେଲା ପରେ 

   ଆଖି ମୋର ଭିଜିଗଲା

ନିଜ ଶାଶୂ ଦେହ କଥା ନପଚାରି 

  ବାହାରେ କରନ୍ତି ପାଲା...


ହୃଦୟରୁ ମୁହିଁ ଶାଶୂ ଶଶୁରଙ୍କ

   ସେବା ଯତ୍ନ ନିଏ ନିତି

ସ୍ୱାମୀ ମୋର କିନ୍ତୁ ପର ନାରୀ ପ୍ରେମେ

   ଖାଇଲେଣି ନିଜ ମତି ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy