ସକାଳୁ ସକାଳୁ
ସକାଳୁ ସକାଳୁ
ସକାଳୁ ଉଠିକି ମୋବାଇଲ ପାଖେ
ହାତ ମୁଁ ମାରିଲି ଯେବେ
ନ ପାଇକି ମୁହିଁ ତାହାକୁ ପାଖରେ
ଚିନ୍ତାରେ ପଡ଼ିଲି ତେବେ ।
ପଡ଼ିଯିବ ଯଦି ମୋ ଘରଣୀ ହାତେ
ଖୋଲିବ ଗୁମର ମୋର
ସକାଳୁ ସକାଳୁ ଆଜି ପିଟାହେବ
ଫାଟିବ ଯେ ପିଠି ମୋର ।
ଘରଣୀ ମୋହର ଭାରି ସନ୍ଦେହୀ ଟେ
ଚାହାଣୀ ସନ୍ଦେହ ଭରା
କେଉଁ ଝିଅ ପିଲା ନମ୍ବର ଦେଖିଲେ
ଉଠେଇ ଦେବ ମୋ ଥରା ।
ସନ୍ଧାନୀ କୁକୁର ନାକ ଯେ ତାହାର
ଖସିବାର ବାଟ ନାହିଁ
ସକାଳୁ ସକାଳୁ ଜୀବନ ଟା ମୋର
ବୃଥାରେ ଯିବ ପଳାଇ ।
ସେଜରୁ ଉଠିକି ଧିରେଧିରେ ଗଲି
ଘରଣୀ ପାଖକୁ ମୋର
ଅତି ଯତନରେ ପଚାରିଲି ଧନ
ମୋବାଇଲ କାହିଁ ମୋର ।
ରାଗ ତମ ତମ ହୋଇ ଯେ ଘରଣୀ
କହିଲେ ଚିଲେଇ ମତେ
ବେଲେଣା ଛାଞ୍ଚୁଣି ତୁମକୁ ଲୋଡାହେ
ପାଗଳ ହେଲଣି ସତେ ।
ଘରଣୀ ଙ୍କ ମୁଖ ଏକଥା କୁ ଶୁଣି
ବଢ଼ିଗଲା ମୋର ଚିନ୍ତା
ମନେ ମନେ କେତେ ପ୍ରାର୍ଥନା କରିଲି
ବଞ୍ଚାଇ ଦିଅ ଦେବତା ।
ପୁନଶ୍ଚ ଚିଲେଇ ଘରଣୀ କହିଲେ
ମସ୍ତିଷ୍କ କି ଭ୍ରମ ହେଲା
ମୋବାଇଲ ନେଇ ଦୋକାନରେ ଦେଇ
ଏଠି କରୁଅଛ ହାଲା ।
ଘରଣୀ ଙ୍କ କଥା ଶୁଣି ଏହି କର୍ଣ୍ଣ
ଦୂର ହୋଇଗଲା ଚିନ୍ତା
ମୋବାଇଲ ପାଇଁ ସତରେ ଆଜି ମୋ
ପ୍ରାଣ ଟା ବି ଯାଇଥାନ୍ତା ।
