STORYMIRROR

Prabhati Mahapatra

Comedy Inspirational Others

3  

Prabhati Mahapatra

Comedy Inspirational Others

ଚହ୍ଲାର ମଜ୍ଜା

ଚହ୍ଲାର ମଜ୍ଜା

1 min
206

ଆସ ଆସ ଆସ ବଉଳ

ଖରାଟା ବଢିଲା ଯିବା ସହଳ

ଆସ ଆସ ଆସ ବଉଳ......।


ଡେରି ହେଲେ ହାଟ ସରିବ

ବ୍ୟବସାୟ ଫିକା ପଡିବ

ଡାକ ପଡିଲାଣି ଦାଣ୍ଡ ହାଟେ ଦେଖ

ଚହ୍ଲା ପଣା ବୋଲି ବଡ଼ ଚହଳ 

ଆସ ଆସ ଆସ ବଉଳ .....।


ଖରା ଯେତେ ହୋଇବ ଟାଣ

ଦେହ ମନେ ବାଜିବ ବାଣ

ଚେତାଶୂନ୍ୟ ହୋଇ ବିଚଳିତ ପରି

ଲୋଡିବେ ଦେଖ ଲୋ ଦହି ପଖାଳ 

ଆସ ଆସ ଆସ ବଉଳ .......।


ଅଂଶୁଘାତ ଦାଉରୁ ରକ୍ଷା

ଏହି ପଣା ଦିଏ ଲୋ ଶିକ୍ଷା

ମାଜା, ଆପି ଫିଜ୍ କାମ କରେ ନାହିଁ

ଦୁର୍ବଳକୁ କାଟି କରେ ସବଳ

ଆସ ଆସ ଆସ ବଉଳ ......।


ଅଦା ଛେଚା ସାଙ୍ଗରେ ଫେଣ୍ଟି

ଟଭା ପତ୍ର ଦେଇଛି ଘାଣ୍ଟି

ଅଳପ ପିଇଲେ ଥଣ୍ଡା ପଡ଼ି ଯିବେ

ଧାଇଁବେ ସତେକି ଇଞ୍ଜିନ୍ କଳ

ଆସ ଆସ ଆସ ବଉଳ ......।


ଯିଏ ଯାହା କହନ୍ତୁ ମୋତେ

ଦହି ପ୍ରେମୀ ଅଛନ୍ତି କେତେ

ନିତି ଏଇ ପଥେ ବାଟ ଚାହିଁ ଥାନ୍ତି

ଲିଭାଇବା ପାଇଁ ଉଦର ଜ୍ଜଳ 

ଆସ ଆସ ଆସ ବଉଳ ........।



Rate this content
Log in

Similar oriya poem from Comedy