Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banabihari Mishra

Comedy

3  

Banabihari Mishra

Comedy

ମଶା ଓଡଶ ଓ ମୁଁ

ମଶା ଓଡଶ ଓ ମୁଁ

1 min
250


ରାତି ହେଇଗଲେ ଲୋଟାଇ ଦିଏ ମୁଁ

ଦଦରା ଖଟରେ କ୍ଳାନ୍ତ ଶରୀର,

'ଭିଣେଇ' 'ଭିଣେଇ' ଡାକି ଡାକି ବେଢି

ଯାଆନ୍ତି ଶଳାଏ ଚାରିପାଖର |

ଗାମୁଛା ହଲେଇ ହାତକୁ ବୁଲେଇ

ଯେତେ ତଡିଲେ ବି ଯାଆନ୍ତି ନାହିଁ |

ଚୁମା ଦେବେ ମୋତେ ଏକା ଜିଦ୍ ତାଙ୍କ

ଜିଦି ସିଏ କେବେ ଛାଡନ୍ତି ନାହିଁ |

କାନନାକ ପାଖେ ଶବଦ କରନ୍ତି

ପଶିଯାନ୍ତି ପୁଣି ନାକକାନରେ

ପରାଣ ଛାଡନ୍ତି କେବେ ବା କେମିତି

ବାଜିଲେ ଚହଟ ଚାପୁଡ ଥରେ |

ଶଳାମାନେ କିନ୍ତୁ ଭାରି ସିଆଣିଆ

କାନପାଖେ ଗୁଣୁଗୁଣୁ କରନ୍ତି

ଖେଦିଲେ ଚାପୁଡ ଖାଇବାଟା ସାର

ଶଳାଏ ଖସିକି ଚାଲିଯାଆନ୍ତି |

ରକେଟ୍ ଭଳିଆ ଆସନ୍ତି ଉଡିକି

ଟେକିନେବା ପାଇଁ ଚେଷ୍ଟା କରନ୍ତି

କିନ୍ତୁ ବିଛଣାରେ ଆଉ ଦଳେ ଥାଇ

ନ ଛାଡନ୍ତି ମୋତେ ଟାଣିଧରନ୍ତି |

ତେଣୁ ମୁଁ ସକାଳେ ବିଛଣା ଉପରେ

ନିଜକୁ ପାଏ ମୋ ନିଦ ଭାଙ୍ଗିଲେ

ନିତି ରାତି ଭାବେ ପାନେ ଦେବି ବୋଲି

ମଶା ଓଡଶଙ୍କୁ ରାତି ପାହିଲେ |


Rate this content
Log in

Similar oriya poem from Comedy