STORYMIRROR

Prafulla Chandra Mishra

Comedy Others

3  

Prafulla Chandra Mishra

Comedy Others

ଅନ୍ୟ ଏକ ଭିନ୍ନ ନାଟକ

ଅନ୍ୟ ଏକ ଭିନ୍ନ ନାଟକ

1 min
221


ଏକି ନୂଆନାଟ ଏକି ଅଭିନୟ ବିନା ପଇସାରେ ଖାଦ୍ୟ

ବସ୍ ଷ୍ଟାଣ୍ଡରେ ରାସ୍ତା କଡରେ ଡାକ୍ତର ଖାନାରେ ଭାତ ।।

ପାଞ୍ଚ ଟଙ୍କାରେ ପେଟେ ପୁରା ଖାଅ ଇସୁକୁଲେ ତୁମ ପିଲା

ଅଣ୍ଡା ସଙ୍ଗେ ଭାତ ଡାଲି ,ବଡ଼ିକରି ,ଖାଇଲା ବଢିଲା,ପଢିଲା ।।

ରହିବେନି କେହି ଭୋକି,ଶୋଷି କେହି ରହିବେନି ଅପାଠୁଆ

ଶିକ୍ଷକ,ପାଚିକା ହରତାଳ କଲେ ଇସ୍କୁଲେ ନଥାନ୍ତି ଛୁଆ ।।

ଏମିତି ଆମର ପ୍ରାଥମିକ ଶିକ୍ଷା ଭୁଷୁଡି ଯାଉଛି ଦେଖ

ଅଥର୍ବ ସ୍ଥାଣୁ ପାଲଟିଯିବରେ ହଜିଯିବ ଶୀରି ସୁଖ ।।

ଯୁବ ସମାଜଟା ଦିଶାହରା ମଝି ଦରିଆ ଦଦରା ନାବ

ବେଳୁବେଳ ଶକ୍ତି ହରାଏ ଦିଶୁନି ଥଳକୂଳ କାହିଁ ଠାବ ।।

ଟଙ୍କାରେ ଚାଉଳ ସଙ୍ଗେ ସବୁଭତା ଆହାର ବିହାର ପାଇଁ

ଆଶ୍ରୟ ସ୍ଥଳ ଖୋଲା ହେଲା କୋଟି କୋଟି ଟଙ୍କା ଋଣ ନେଇ ।।

ବୁଲାଗୋରୁ,କୁତା ଆଶ୍ରୟ ନିଅନ୍ତି ଚାଉଳରେ ବାଟମରା

ଦେଖ ରେ ଶାସକ ଶାସିତ ଖାତକ ଦେଶହୁଏ ଦିଗହରା ।।

ବନ୍ଦକର ଏହି ଅରୁଚ ନାଟକ ପ୍ରଗତି ରଥର ଧ୍ଵଜା

ଉଡାଅ, ମଣିଷ ଜାତି ହିତେ କରି ସତ୍ୟର ପାଦ ପୁଜା ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy