Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TUKUNA SAHU

Comedy Others

3  

TUKUNA SAHU

Comedy Others

ମଦୁଆର କଥା

ମଦୁଆର କଥା

1 min
2.1K


ଶୁଣିଲି ଆଜି ମୁଁ ଖବର ଖଣ୍ଡିଏ

କହିଲା ମଦୁଆ ଜଣେ ।

ସରକାର ଆମ କଥା ଶୁଣିଛନ୍ତି

କହିଲା ବହୁତ ଟାଣେ ।

ଆଜି ସରକାର ଦୁଃଖକୁ ଆମର

ପାରିଛନ୍ତି ମନେ ହେଜି ।

ତେଣୁ ସେ ଆମର ହୃଦୟ କଥାକୁ

ପାରିଛନ୍ତି ଆଜି ବୁଝି ।

ଆମ ପାଇଁ ତାଙ୍କ ମନରେ କେବେଠୁ

ବଢ଼ି ଯାଇଥିଲା ଚିନ୍ତା ।

ସରକାର ଆମ ଗୁହାରି ଶୁଣିଲେ

ଭାଙ୍ଗି ସଭିଙ୍କର କଥା ।

ଗଛ କାଟି ସେ ତୋଳାଇ ବେ ଭାଟି

କରିଛନ୍ତି ଆଜି ପଣ ।

ମଦୁଆ ସଂଘ ତ ସୁଝି ପାରିବନି

କେବେବି ତାଙ୍କର ଋଣ ।

ଗରିବକୁ ଦେଲେ ଟଙ୍କାରେ ଚାଉଳ

ବୁଢ଼ାକୁ ଦେଲେ ସେ ଛତା ।

ଆମକୁ ନିରାଶ ନ କରିବାକୁ

ଦେଲେ ଖୁସିର ବାରତା ।

ମହୁଲି ହାଣ୍ଡିଆ ଖଜୁରୀ ତାଡ଼ିରେ

ଧରୁଥିଲା ଟିକେ ନିଶା ।

ବିଦେଶୀ ମଦର ଚାହିଦା ରହିଲା

ବୁଝିଲେ ସେ ଆମ କଥା ।

କହିଲା ମଦୁଆ ମୋର ପିଲାଛୁଆ

ଯାଆନ୍ତୁ ପଛକେ ଭାସି ।

ସରକାର ପାଇଁ ବିଦେଶୀ ମଦକୁ

ପିଇବି ମୁଁ ହସି ହସି

ଟୁକୁନା ସାହୁ

ସାନ୍ତରା ପଲ୍ଲୀ,ଗଞ୍ଜାମ


Rate this content
Log in

Similar oriya poem from Comedy