STORYMIRROR

Rosy Mishra

Comedy Others

3  

Rosy Mishra

Comedy Others

ବୋତଲ

ବୋତଲ

1 min
166

ବୋତଲ ବୋତଲ ନାଲି ବୋତଲ

ସେ ନାଲି ପାଣିରେ ପୁରେ ମୋ ଢୋଲ।

ନାଲିଆ ବୋତଲେ କାଳିଆ ପାଣି

ଦିନ ରାତି କିଛି ଜଣା ପଡେନି।

ଚଉଦ ଭୁବନ ଆଖିରେ ନାଚେ

ଭାବେ ଅଛି ଇନ୍ଦ୍ରପଦଠୁଁ ଉଚେ।

ମୁନ୍ଦେ ଯେବେ ଯାଏ ମୋ ପେଟେ ପଶି

ହାତ ବଢ଼େଇ ମୁଁ ଧରଇ ଶଶୀ।

ତାରା ଫୁଲ ତୋଳେ ପ୍ରେମିକା ପାଇଁ

ଘରଣୀ ଠୁଁ ଅଳଙ୍କାର ଛଡାଇ।

କେବେ ରାଗି ଭାଙ୍ଗେ ଘରଣୀ ହାତ

କେବେ ମାରିଦିଏ ଦି,ଚାରି ନାତ।

ଘରଣୀଟି ମୋର ଭାରି ସରଳ

ମୋ ପାଇଁ ପିଇବ ଭାବେ ଗରଳ।

ବଡ଼ ଅମାନିଆ ଶଳା ଟା ମୋର

ଭଗ୍ନୀକୁ କହେ ଦେ ଝାଡୁ ପାହାର।

ଝାଡୁ ମାଡ଼େ ଉତୁରିବ ମୋ ନିଶା

ନହେଲେ ଖାଇବି ମୁଁ ଖଡୁଭୁଷା।

ପିଉଛିକି ମୁଁ ତା ବୋପା ପଇସା

କିଆଁ କରିବ ମତେ ଲୋକହସା।

ପିଇଛି ଆଜି ମୁଁ ପେଟ ପୁରେଇ

ସବୁ ଗେଲ ତା'ର ଦେବି ଛଡେଇ।

ଭାଙ୍ଗିବି ବୋତଲ ମୁଣ୍ଡରେ ତା'ର

କାନ୍ଦି କାନ୍ଦି ଯିବ ସେ ବୋପା ଘର ।

ଏ କିସ ହେଲାରେ ପାଉନି ବଳ

ଚାଲିବାକୁ ଲୋଡ଼ା କାନ୍ଧ କାହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy