ଅତି ଲୋଭରୁ ମୃତ୍ୟୁ
ଅତି ଲୋଭରୁ ମୃତ୍ୟୁ
ଜୀବନ୍ତରେ ଲୋଡ଼ା ଧନ ଲୋ ସଙ୍ଗାତ
ଧନ ପାଇଁ ନୁହେଁ ଜୀବନ
ସେହି ଧନ କେବେ ଆଣେ ସନମାନ
କେବେ ବରିଥାଏ ମରଣ ।
ଧନ କୁ ନ ଦିଅ ପ୍ରାଧାନ୍ୟ ସଙ୍ଗାତ
ମନେ ଭରି ଅଭିମାନ
ସମାଜ କଲ୍ୟାଣେ କର ବିନିଯୋଗ
ସେହି ବଢ଼ାଇବ ମାନ ।
କେତେ ଦିନ କିଏ ଜୀଇଁବ ସଙ୍ଗାତ
ଏ ଜୀବନ ଅଢେଇ ଦିନ
ଆଣିଥିଲା କେହି, ନେଇଛି କେ ବୋହି
କରି କହିବୁ ଗଣନ ।
ଅତି ଲୋଭେ କରି ବରଣ ମରଣେ
ହୁଅନ୍ତି ଅସ୍ଥିତ୍ୱ ହୀନ
ଧନ ଗର୍ବେ କିଏ ହୋଇ ଗରିୟାନ
ଲୁଟେ ନାରୀ ସ୍ୱାଭିମାନ ।
ଧନ ଲାଗି ସବୁ ନାଟ ଲୋ ସଙ୍ଗାତ
ଧନ ନ ଚିହ୍ନଇ ପେଟ
ଧନ ବଳେ କା'ର, ବାର ନାରୀ ମେଳ
ଦାରା ପୁତ୍ର ନୋହେ ଭେଟ ।
ମଣିଷ ଜୀବନ, ଭାରି ମୂଲ୍ୟବାନ
ଈଶ୍ୱର ପ୍ରଦତ୍ତ ବିତ୍ତ
ସାଇତ ସାଦରେ ଏ ଅମୁଲ୍ୟ ବିତ୍ତ
ଈଶ୍ୱରେ ଲଗାଇ ଚିତ ।