Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rosy Mishra

Others

3  

Rosy Mishra

Others

ବିଦ୍ୟା ନ ତଉଲ ଟଙ୍କା ସାଥିରେ

ବିଦ୍ୟା ନ ତଉଲ ଟଙ୍କା ସାଥିରେ

1 min
180


ବ୍ୟବହାର ପରା ଶୁଭ କଳସ ଯେ

ଟଙ୍କା ବାକ୍ସ ଟି ମାନବିକତା

ମଧୁରବାଣୀ ତା' ଧନ ଦଉଲତ

ଶାନ୍ତି ସେହି ଘର ଲକ୍ଷ୍ମୀମାତା ।


ସ୍ନେହ, ଶ୍ରଧା ପ୍ରେମ,ତ୍ୟାଗ ଓ ଏକତା

ହୃଦେ ଜଗାଏ ମମତା

ସବୁ ହସ ଖୁସି ନେଶା ଅଛି ତହିଁ

ଯହିଁ ସମାଧାନର ବ୍ୟବସ୍ଥା ।


ବନ୍ଧୁ, ପରିଜନ ଟଙ୍କାର ସମାନ

ଅସୁଥିବେ ଯାଉଥିବେ

ବିଦ୍ୟା,ବୁଦ୍ଧି ଆମ ଚୀର ସହଚର

ଏକା ନଛାଡିବେ କେବେ ।


ଟଙ୍କା ପଇସାର ସାଥେ ବିଦ୍ୟା ବୁଦ୍ଧି

ନ କର ବାବୁ ତଉଲ।

ବିଦ୍ୟା ବୁଦ୍ଧି ବଳେ ଜଗତ ଜିଣୁଛ

ବିଦ୍ୟାହିଁ ଅମୁଲ ମୂଲ ।


ଶିକ୍ଷା ବ୍ୟବସ୍ଥା କୁ ଘରୋଇ କରିଣ

ବିଦ୍ୟାକୁ ବିକିଲ ଟଙ୍କାରେ

ଟଙ୍କା ଦେଇ କିଣାହୁଏ ଆଗଧାଡି

ଥିଲେ ଥାଉ ଗୁଣ ପଛରେ।


ଟଙ୍କା ଅଜାଡ଼ିଲେ ଗବା ଗଧିଆଟା

ହୋଇବ କି ଭଲ ଚାଟ

ଚଉକି,ବେଞ୍ଚ ପଛପଟେ ଧରି

ପହଞ୍ଚିବ କେତେ ବାଟ ?


ଟଙ୍କା ବଳେ ରାଜଗାଦିରେ ବସିଲେ

ଶାସନ କରିବେ ରାଜ୍ୟକୁ

ବୁଦ୍ଧିଆ ମନ୍ତ୍ରୀଟେ ନ କିଣିଲେ ଧନ

ବୁଦ୍ଧି ନ ଦିଶିବ ଆଗକୁ ।


ଟଙ୍କା ବଳେ କିଣା ପରିଚୟପତ୍ର

କାର୍ଯ୍ୟଏ ନ ଆସଇ ବେଳକୁ

ଧର୍ମ ନିକିତିରେ ତଉଲି ଦେଖ ହୋ

ବିଦ୍ୟା ହିଁ ରହୁଛି ତଳକୁ ।



Rate this content
Log in