STORYMIRROR

Rosy Mishra

Others

3  

Rosy Mishra

Others

ମୁଁ ସ୍ଵପ୍ନା

ମୁଁ ସ୍ଵପ୍ନା

1 min
390


ସ୍ବପ୍ନ ରାଇଜର ସ୍ୱପ୍ନା ମୁଁ' ଆଜି

ସପନେ ହୋଇଛି ବିଭୋର

ତୋ ବାଟକୁ ଚାହିଁ ଦେଖୁଛି ସପନ

କେତେ ରାତି ରହି ଉଜାଗର ।


ସ୍ବପ୍ନ କୁମାର ମୋ ସପନରେ ଆସି

ଗୋପନ ପ୍ରଣୟ ରଚି

କାହିଁ ଫେରିଯାଅ ଏକା କରି ମୋତେ

ସପନେ କାନ୍ଦେ ମୁଁ ବସି ।


କୁଆଁରୀ ମନ ମୋ ବନ୍ଧା ତୁମ ପ୍ରେମେ

ବୁଝିବାକୁ ଚାହଁ ବନ୍ଧୁ

ତୁମେ ପାଶେ ଥିଲେ ଏକ ଲମ୍ଫରେ ମୁଁ

ପାର ହେବି ସାତ ସିନ୍ଧୁ ।


ସୋଇ ସୋଇ ନିତି ଦେଖେ ମୁଁ ସପନ

ଅଛି ତୁମ ହୃଦୟରେ

ମୋ ହୃଦୟ ମତେ କରେ ପରିହାସ

ନ ପାଇ ସାନିଧ୍ୟ ବାରେ ।


ସାଇତି ରଖିଛି କୁମାରୀତ୍ବ ପୁଷ୍ପ

ଅରପିବି ତୁମ ପାଦେ

ସପନ ମୋ ସତ କରିବ କୁମାର

ହାତକୁ ମୋ ଛନ୍ଦି ହାତେ ।


ସ୍ବପ୍ନ ରାଇଜରେ ହଜିଜିବା ଆମେ

ମଜିଯିବା ଏକ ମନେ

ପାହିବା ଆଗରୁ ସୁଖର ରଜନୀ

କହିବା ସଭିଙ୍କ କାନେ ।


ଏ ଜୀବନ ଅଟେ ପାଣିର ଫୋଟକା

ହେଳା କର ନାହିଁ ତା'ରେ

ମୁହୂର୍ତ୍ତ ,ମୁହୂର୍ତ୍ତ ଖୁସିକୁ ସାଉଁଟି

ବାନ୍ଧି ରଖ ପଣତରେ ।



Rate this content
Log in