STORYMIRROR

Rosy Mishra

Others

3  

Rosy Mishra

Others

ବୟସର ଭାଷା

ବୟସର ଭାଷା

1 min
150


ଇଛା ନଥିଲେ ବି କାନ୍ଦୁରା ପୁଅକୁ

ସ୍କୁଲ ପଠାନ୍ତି ବାପା

ବୁଝେଇ, ସୁଝେଇ, କାଖେଇ, କୋଳେଇ

କେବେ ପୁଣି ହୋଇ ଖପା ।


ପାଠ ପଢି କଳା ଘୋଡାରେ ଚଢ଼ିବ

ରଖିବ ଜାତିର ମାନ

ବାପା ହୃଦୟଟା କୁଣ୍ଢେ ମୋଟ ହେବ

ନ ଥାଉ ଖାଦ୍ୟ , ବସନ।


ଛଅ ପ୍ରାଣୀ କୁଟୁମ୍ବ, ରୋଜଗାର ଅଳ୍ପ

ତଥାପି ନ ଥିଲା ଶଙ୍କା

ଶିକ୍ଷିତ କରିଲେ ବିକି ଜମିବାଡ଼ି

ଖାତର ନକରି ଟଙ୍କା।


ବାପାଙ୍କ ସଂସ୍କାର ମୋ ଜୀବନେ ସାର

ଆଣିଦେଲା ଯଶ ମାନ

ଆଜି ମୋ ବାପାଙ୍କୁ ଛାଡି ମୁଁ ଆସିଛି

ଏ ବୟଷେ ଜରାଶ୍ରମ ।


ସମୟ ଦୋଷେ କି ବିନ୍ଧାଣିର ଦୋଷ

କିବା ଜାଗା ଥିଲା ଛୋଟ

କାହା କଟୁ ବାକ୍ୟ ବିଦାରିଲା ହୃଦ

ବାପା ମୋ ହେଲେ ଅତିଷ୍ଠ ।


ଦୁଃଖ ସହି କେତେ, ପାଲିଥିଲେ ମୋତେ

ନିଜର ପେଟକୁ କାଟି

ସଭ୍ୟତା ନାଁ ରେ ଆକଟୁଛି କରି

ନାଲି ଆଖି,ବଡ଼ ପାଟି ।


ବୋଉ ନାହିଁ ବୋଲି ବାପା ମୋ ବୁଝାନ୍ତି

ସୁଖୀ ଛୋଟ ପରିବାର

ତାଙ୍କ କଥା ଭୁଲି ଦାରା, ପୁତ୍ର ଘେନି

ସୁଖେ କରିବି ମୁଁ ସଂସାର


ମୋ ସୁଖ ପାଇଁକି କରି କରି ତ୍ୟାଗ

ଜରାଗ୍ରସ୍ତ ଆଜି ବାପା

ତାଙ୍କ ତ୍ୟାଗ ଫଳ ଭୋଗ୍ୟ ଵସ୍ତୁ ମୋର

ଜାଣି ଶୁଣି ହେଲି ବୋକା ।


ଛାତିର ଦରଜ ଛାତିରେ ସାଇତି

ଆଉଁଶି ଦେଲେ ମୋ ମଥା

ସଂସ୍କାର ଦେଇ ତୋ ପୁଅକୁ ଗଢିବୁ

ରଖିବୁ ମୋହର କଥା ।


ଛାଡିବ ନାହିଁ ସେ ବୃଦ୍ଧାଶ୍ରମେ ତୋତେ

କଲେ ସୁଖର ସଂସାର

ତୋ ପାଇଁ ଟିକିଏ ଜାଗା ସେ ରଖିବ

ତୋଳିବ ଯେବେ ନଅର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍