STORYMIRROR

Rosy Mishra

Others

3  

Rosy Mishra

Others

ତୁମ ହାତେ ଦେଲି ମୋ ହାତ ଯୋଡ଼ି

ତୁମ ହାତେ ଦେଲି ମୋ ହାତ ଯୋଡ଼ି

1 min
189

ତୁମ ହାତେ ଦେଲି ମୋ ହାତକୁ ଯୋଡି

କରିବନି କେବେ ପର

ଦଶ ଦିଗପାଳ ସାକ୍ଷୀ ହେଲେ ଆମ

ବୈବାହିକ ଜୀବନର ।


ଜନମ ଜନମ ସାଥି ହୋଇ ଆମେ

ସୁଖେ,ଦୁଃଖେ ହେବା ଛନ୍ଦି

ଜିଇଁବା ଜୀବନ ଏକମନା ହୋଇ

ପ୍ରେମ କାରାଗାରେ ବନ୍ଦୀ ।


ତୁମେ ମୋ ଦେବତା, ମୁଁ ପୂଜାରିଣୀ

ଦେହ ଦେଉଳରେ ମୋର

ବାପା, ଭାଇ ଛାଡି ଆସିଛି ମୁଁ ଧାଇଁ

ରଚିବାକୁ ଅଭିସାର ।


ତୁମେ ମୋ ନାୟକ, ମୁଁ ତୁମ ନାୟିକା, 

ଅଭିସାରିକା,ପ୍ରେମିକା

ମନ ଜାଣି ପ୍ରିତି ଉପହାର ଦେବି

କରିବନି ମତେ ଏକା ।


ସୃଷ୍ଟି କର୍ତ୍ତାଙ୍କର ଅଭିନବ ସୃଷ୍ଟି

ପୁରୁଷକୁ ଲୋଡ଼ା ନାରୀ

ନାରୀ ବିନା ପୁରୁଷ ଜୀବନ ଅଧୁରା

ଦୁହେଁ ଦୁହିଁଙ୍କର ଶିରୀ ।


ସରମିଲତା ମୁଁ ପଡୁଛି ଝାଉଁଳି

ପାଇ ତୁମ ମିଠା ସ୍ପର୍ଶ

ଏଇ ହାତେ ତୁମ ତୋଳି ନେଇ ପ୍ରିୟ

ଛାତି ପକେଟରେ ଖୋସ।


କଜ୍ଵଳ କରି ମୁଁ ଆଖିରେ ମାଖିବି

ତୁମରି ସବୁଜ ସ୍ବପ୍ନ

ତୁମ ସିନ୍ଦୁରେ ମୋ ମଥା ଝଲସିବ

ସତେ ଉଦିଆ ଅରୁଣ ।


ତୁମ ଅଗଣାର ତୁଳସୀ ଚଉରା

ପୁଜି ମନାସିବି ସୁଖ

ଶାଶୂ,ଶ୍ୱଶୁର ମୋ ଚଳନ୍ତି ଦେବତା

ନହେବେ କେବେ ବିମୁଖ ।


ମନଜାଣି ତାଙ୍କ ସେବା ମୁଁ କରିବି

ମାନିବି ତାଙ୍କରି କଥା

ଦୁଇ କୁଳ ପାଇଁ ମୁଁ ହିତାକାଂକ୍ଷିଣୀ

ତେଣୁ ମୋ ନାମ ଦୁହିତା ।


ତୁମେ ପ୍ରିୟ ମୋର ମାନିବ କଥାଟେ

ଧରିବନି ମୋର ଦୋଷ

ଦୋଷ,ତୃଟି ବାଛି ଦୁରେଇ ନଦେଵ

ଉଦ୍ଗରିବ ନାହିଁ ବିଷ ।


ତୁମ ହାତେ ଛନ୍ଦା ମୋ ଜୀବନ ଡୋରୀ

ବନ୍ଧା ମୋ ପିଆସି ପ୍ରାଣ

ହାତଛଡ଼ା କେବେ ନ କରିବ ସାଥି

ତୁମକୁ ରହିଲା ରାଣ ।


ତୁମ ପାଦ ତଳେ ପ୍ରଣତି ମୁଁ ଢାଳେ

ଦିଅହେ ମୋତେ ଆଶିଷ

ସବୁଦିନ ଦିନ ରହୁ ହୃଦୟ ରଙ୍ଗୀନ

ମିଳୁ ତୁମରି ପରଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍