Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rosy Mishra

Others

3  

Rosy Mishra

Others

ସବୁ ଖେଳ ମଧ୍ୟେ କ୍ରିକେଟ ସାର

ସବୁ ଖେଳ ମଧ୍ୟେ କ୍ରିକେଟ ସାର

1 min
155


ରଙ୍ଗ ମଞ୍ଚ ଅବା ରଣାଙ୍ଗନ ହେଉ

ହେଉ ଅବା କ୍ରୀଡାଙ୍ଗନ

ଜନ୍ମମାଟି ଟେକ ରଖିବାକୁ ସର୍ବେ

ଲଗାନ୍ତି ମନ,ପ୍ରାଣ ଆଉ ଧ୍ୟାନ ।


ସୈନିକ ଯେପରି ରହନ୍ତି ସଜାଗ

ସୀମାର ସୁରକ୍ଷା ପାଇଁ

ଖେଳାଳି ସେପରି ସତର୍କେ ରହନ୍ତି

ବିପକ୍ଷ ଦଳେ ଅନେଇ ।


ବ୍ୟାଡମିଣ୍ଟନ,ହକି, କିରିକେଟ

ଟେବୁଲ ଟେନିସ ଖେଳ

ସବୁ ଖେଳେ ଦେଖ କୃତି ଖେଳାଳି ଙ୍କ

ଦୁଃସାହସ,ବୁଦ୍ଧି, ବଳ ।


କ୍ରିକେଟ ଖେଳଟା ସବୁଠୁଁ ନିଆରା 

ଲଭିଛି ସଭିଙ୍କ ଆଦର

ଦେଶ ବିଦେଶରେ ବାଜିମାତ କରି

ବଢାନ୍ତି ମାନ ସ୍ୱଦେଶର ।


ଭାରି ମଜା ଲାଗେ କରତାଳି ଦେଇ

ଗଣିବାକୁ ଚୌକା, ଛକା

କେତେ ଗୁଣ ଖଞ୍ଜି ଗଢ଼ିଛି ଯେ ବିହି

ଦର୍ଶକଙ୍କ ମନେ ଶଙ୍କା ।


ଏକ ଦିବସିୟ ଖେଳଠାରୁ ବେଶି

ଟ୍ୱେଣ୍ଟି -ଟ୍ୱେଣ୍ଟି ମନ ଲୋଭା

ଅଳପ ସମୟେ ପୁରା ମଜା ଦିଏ

ଦର୍ଶକେ ହୁଅନ୍ତି କାବା ।


ଖେଳାଳିଙ୍କ ସହ ସେଲଫି ନେବାପାଇଁ

କେତେ ହୁଏ ଠେଲା ପେଲା

 ଖେଳାଳି ହେବାକୁ ସଭିଏଁ ଚାହାନ୍ତି

ଭାଗ୍ୟ ସାଥି ହେଲେ ହେଲା ।


ଖେଳ ପ୍ରବନ୍ଧକେ ଭାରି ଚତୁରିଆ

ତାଙ୍କୁ, ଦର୍ଶକଙ୍କ ଫନ୍ଦି ଜଣା

ଦର୍ଶକଙ୍କ ମନ ଆକୃଷ୍ଟ ପାଇଁକି

ନିତି କରନି ନୂତନ ଯୋଜନା ।


ଦେଶପ୍ରେମ ଏକ ପ୍ରଜ୍ଵଳିତ ବହ୍ନି

ଜାଳେ ଯେ, ସେ ଦେଶପ୍ରେମୀ

ସେହି ପ୍ରେମ ଜ୍ୱାଳା ସବୁରି ଅନ୍ତର

ଦହୁଛି ଯେସନେ ଅଗ୍ନି ।


ଦେଶ ବିଦେଶରେ କ୍ରିକେଟ ଚାହିଦା

ରହିଛି ଜୋରଦାର

ଜୟ ଭାରତୀୟ ଖେଳାଳି ହୋ ତୁମେ

ତୁମପାଇଁ ଜୟ ଏ ଦେଶର ।



Rate this content
Log in