STORYMIRROR

Rosy Mishra

Others

3  

Rosy Mishra

Others

କବିତା ବଢ଼ାଏ କବିଙ୍କ ମାନ

କବିତା ବଢ଼ାଏ କବିଙ୍କ ମାନ

1 min
154


କାଗଜ କ୍ଷେତରେ କଲମ ହଳ

ସ୍ୟାହୀ ଦେଲେ ବୁଣି ଶବ୍ଦର ଫଳ


ସେ ଫଳ ଅମଳେ କବିଙ୍କ ଧ୍ୟାନ

ଦେଶ ବିଦେଶରେ ବଢ଼ଇ ମାନ


କାଣି, କୁଜି ଦେହେ ଢାଙ୍କି ଚାଦର

ଛୋଟୀ,କେମ୍ପି ରୂପ ଭାରି ସୁନ୍ଦର


କଳ୍ପନା ରାଇଜେ ମନ ଦର୍ପଣ

ଅଳଙ୍କାର,ଅନୁପ୍ରାସ,ମାଖୀଣ


ଯମକ, ଶ୍ଲେଷ ର ଛୁଙ୍କ କୁ ଦେଇ

ମନକୁ ପବନ ଘୋଡା ସଜାଇ


ହୃଦ ଝରଣାରୁ ଧାରେଇ ପାଣି

ପ୍ରେମ ସାର ଟିକେ ଦିଅନ୍ତି ବୁଣି


କାଗଜ କ୍ଷେତରେ ଫଳେ କବିତା

ଭାବ ଭଙ୍ଗୀ ବଳେ ହରଇ ବ୍ୟଥା

 

କବିଏ ଲେଖନ୍ତି ଗହନ କଥା 

ବୁଝନ୍ତି ଅଲେଖା,ଅକୁହା କଥା।


ଆତ୍ମା, ପରମାତ୍ମା କରାନ୍ତି ଭେଟ

ସବୁ ଏ କାଗଜ,ସ୍ୟାହୀର ନାଟ


ଏତିକିରେ ମିଳେ ଆତ୍ମ ସନ୍ତୋଷ

ବିନା ମକୁଟରେ ଲାଗେ ନରେଶ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍