STORYMIRROR

Rosy Mishra

Comedy

3  

Rosy Mishra

Comedy

ତୁ ମତେ ଭୁଲି ଗଲୁ

ତୁ ମତେ ଭୁଲି ଗଲୁ

1 min
252

କିଏ ତୁ ?


କିଏ ତୁରେ ଅଗନ୍ତୁକ କାହୁଁ ଆଇଲୁ

ଆମ ମୁଲକେ ଧସେଇ କିଆଁ ପସିଲୁ


ବାଟବଣା ହେଲୁକି ଜାଣିକି ଆଇଚୁ

ଆମ ଅନିଷ୍ଟ ଉପାୟ ଚିନ୍ତା କରିଚୁ


ଆମେତ ଦେଶିଆ ଲୋକ ଭାରି ବିଶ୍ଵାସୀ

ଆମକୁ ଶତ୍ରୁ ଶାଧିଲେ ପାଇବୁ ଫାଶି


ତୋ ବେଶ ପୋଷାକ କିଆଁ ଭିନ୍ନ ଲାଗଇ

କିସ ପାଇଁ ଆମ ଥାନ ଆସିଲୁ ତୁହି


ପ୍ରାଣେ ଆଶା ଥିଲେ ଫେରିଯା ତୁ ହେଳେ

ନୋହିଲେ କରିବା ଯୁଦ୍ଧ ବଳେ,କୌଶଳେ


ଅଗନ୍ତୁକ ବୋଲେ ଶୁଣ ଦେଶିଆ ଭାଇ

ଯୁଦ୍ଧ କରିବାକୁ ଏଥେ ଆସି ମୁଁ ନାହିଁ


ନୁହେଁ ପରଦେଶୀ ମତେ ବାନ୍ଧିବ ଛଳେ

 ଖସିବାକୁ ନ ଚାହିଁବି ଯୁଦ୍ଧ କୌଶଳେ


ମୁଁ ଏକ ଯନ୍ତ୍ର ମାନବ ପଡିଛି ଖସି

ମହାକାଶେ ପେଷିଥିଲା ମତେ ବିଦେଶୀ


ମନ୍ଦ ବୁଦ୍ଧି ଦେଖି ତାର ପଡିଲି ଡେଇଁ

ଅଜାଣତେ ପହଞ୍ଚିଲି ତୁମରି ଭୁଇଁ


ଜାଣିଲି ଭାରି ବିଶ୍ଵାସୀ ତୁମେ ଦେଶିଆ

ରହିବି ତୁମ ମୁଲକେ ହୋଇ ଦାସିଆ


ମୁଖିଆ ପାସକୁ ମତେ ନିଅରେ ଭାଇ

ଯାହା ସେ ଦେବ ଆଦେଶ ପାଳିବି ମୁହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy