STORYMIRROR

Sushantkumar Pradhan

Comedy Others

3  

Sushantkumar Pradhan

Comedy Others

ହେ ପ୍ରଭୁ ଦେଖା ଦେ'

ହେ ପ୍ରଭୁ ଦେଖା ଦେ'

1 min
321


ମାକଂଡ ହାତରେ ଶାଳଗ୍ରାମ ଦେଇ

ଠିକ୍ କରିଛ କି ବାପୁ

ରୀତି ନୀତି ତୁମ ଉଈ ଖାଇଲେଣି

ଅଲୋଡା ହେଲାଣି ସବୁ ।।

ଆସିବ କି ଥରେ ଦେଖି

ଖଟାମିଠା ନିଜେ ପରଖିନିଅ ହେ

ସବୁଥିରୁ ଚାଖିଚାଖି ।।

ଆମରି ନେତା ବଳ

ମେଣ୍ଢା ପିଠି ବାଳ ଯୋଗାଡି ବାଣ୍ଟନ୍ତି

ଲୋକଙ୍କୁ କେତେ କମ୍ବଳ ।।

ଦେଇ ଅନେକ ଭାଷଣ

କରନ୍ତି କୀର୍ତ୍ତି ବଖାଣ

ପାଆନ୍ତୁ ଯିଏ କଷଣ

ଶବ ହେଉ ପଛେ ଭୁଲିବେନି କିନ୍ତୁ

ମାଗିବେ ଭୋଟ ବାଣ ।।

ରାଜକୋଷ କରି ଚଳୁ

ଭୋଟ ପାଇଁ ନାଟ ଗୀତ ଗାଏ ଭାଟ

ରାଇଜ ଯୁଆଡେ ଯାଉ ।।

ଗରବ ହୋଇବ ଖର୍ବ

ବାରବାଟି ଚାଷ ଗାଲୁଆ କରନ୍ତି

ସ୍ୱର୍ଗକୁ କରିଣ ନର୍କ ।।

ଯୋଜନା ଦିଅନ୍ତି ଲଦି

କରିଣ ଫିକର ଫନ୍ଦି

ଭାଗୁଆଳି ପରି କାକୁଡି ବାରିରେ

ଜଗିଥାନ୍ତି ଛନ୍ଦାଛନ୍ଦି ।।


ସୁଶାନ୍ତ ପ୍ରଧାନ

ବନ୍ଧହୁଡା

ନରସିଂହପୁର,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy