STORYMIRROR

Sushantkumar Pradhan

Romance

3  

Sushantkumar Pradhan

Romance

ମୋ ସପନ ପରୀ

ମୋ ସପନ ପରୀ

1 min
223


ମେଘ ପାଲିଙ୍କିରେ ବାଣ ରୋଷଣୀରେ 

ଆସିବୁ ହୋଇଥା ସଜ 

ନିଷିଥ ରାତିରେ ସଜେଇ ଦେବିଲୋ

ରଜନୀଗନ୍ଧାର ସେଜ ।।


ସରାଗେ କିଣିଛି ବଇନା ଦେଇକି 

ତୋ ପାଇଁ ଲୋ ପାଟ ଶାଢୀ

ଦାମୀ ଗାଡି କିଣି ଫୁଲ ସଜେଇଛି 

ବସିଛି ଲୋ ପାଗ ଭିଡି ।।


ନାଲି ଟୁକୁ ଟୁକୁ ସାଧବ ବୋହୁଲୋ 

ଋତୁରାଣୀ ରାଜେଶ୍ୱରୀ

ଲାବଣ୍ୟ ତଟିନୀ ପୂଣ୍ୟର ପଦ୍ମିନୀ

ଅନୁପମା ପ୍ରେମ ପରୀ ।।


ପ୍ରଣୟ ବଲ୍ଲରୀ ଓଠରୁ ତୁମରି

ତାରାଫୁଲ ପଡେ ଝରି

କେବେ ମୋ ଅଗଣା ମହକି ଉଠିବ

ପାଇ ସାନ୍ନିଧ୍ୟ ତୁମରି ।।


ଜ୍ୟୋସ୍ଳା ବିଧୌତେ ମୃଦୁ ସମୀରଣେ

ଶରଧା ସୁରଭି ଦେଇ

ଶୁଭ ଲଗ୍ନ ଦେଖି ଆଣିବି ଲୋ ସଖୀ

ତୋ ପ୍ରେମେ ହେଲିଣି ବାଇ ।।


ଏଇ ଫଗୁଣରେ ସିନ୍ଥିରେ ସିନ୍ଦୁର

ଦେବିଲୋ ତୋତେ ପିନ୍ଧେଇ

ଅପେକ୍ଷାର ବେଳ ହେଉଛି ନିକଟ 

ବସିଥା ସଜେଇ ହୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance