STORYMIRROR

Sushantkumar Pradhan

Others

3  

Sushantkumar Pradhan

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
228


ଅମୂଲ୍ୟ ସଂପଦ ଲୋଡା ନାହିଁ ପ୍ରଭୁ

ତୁମେ ଥିଲେ ପାଖେ ମୋର 

କହିବିନି କେବେ ପ୍ରାଣ ଥିବା ଯାଏ 

ତୁମେ ବଡ ସ୍ୱ।ର୍ଥପର ।।


ବିଶ୍ୱ।ସ ଭରସା ରହିଛି ପ୍ରଭୁ ହେ

ସ୍ଥାପତ୍ୟ ତୁମେ ମୋ ପ୍ରାଣେ

ମନଲୋଭା କାନ୍ତି ଦର୍ଶନେ ଲଭିବି

ଧନ୍ୟ ହେବି ତୁମ ଦାନେ ।।


ନୁହେଁ ମୁଁ ବ୍ୟାକୁଳ ଆହେ ଆଦିମୂଳ

ଥୂଲେ ଅଥଳ ସାଗରେ

ହେ ବିଶ୍ୱ ନିୟନ୍ତା ସୃଷ୍ଟି ତ୍ରାଣ କର୍ତ୍ତା

ଉଦ୍ଧାରିବ ନିଜ କରେ ।।


ତୁମରି ସାନ୍ନିଧ୍ୟେ ବିତୁ ଏ ଜୀବନ

ଥାଉ ଆଶିଷର ଧାରା

କଣ୍ଟକିତ ପ୍ରାଣେ ମୁକତିର ପଥ

ତୁମେ ମୋ ହୃଦୟ ତାରା ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍