STORYMIRROR

Sushantkumar Pradhan

Others

3  

Sushantkumar Pradhan

Others

ମୋ ଗାଆଁ

ମୋ ଗାଆଁ

1 min
198


ଅରାଟ ଗଡର ବିରାଟ ମାଟି ସେ 

ବନ୍ଧହୁଡା ତାର ନାଆଁ 

ସୁଷମା ପସରା ସବୁଜିମା ଭରା 

ସରଗ ପୁରୀ ମୋ ଗାଆଁ ।।


କେତେ ପୁଷ୍କରିଣୀ ମନ୍ଦିରମାଳିନୀ

ମହାନ ମୋ ଗାଆଁ କୀର୍ତ୍ତି

ଶୁକ ପିକ ହଂସ କାଉ କୋଇଲିର

ଶୁଭୁଛି ଲଳିତ ଗୀତି ।।


ପାହାଡ ଝରଣା ବିଲ ବନ ଲତା

ଅଭୁଲା ସ୍ମୃତି ମନ୍ଦିର

ବିତାଇଛି ଏଠି ଅନେକ ପ୍ରହର 

ବାଲ୍ୟ କାଳ ବାଲି ଘର ।।


ଆମ୍ବ ତୋଟା ଦିଏ ବଉଳ ବାସନା

କୋଇଲି କୁହୁକ ବୀଣା

ମଳୟ ଆଣଇ ଅପୂର୍ବ ମହକ

କରିଦିଏ ମନଜିଣା ।।


ଫଗୁଣ ଯାତରା ଚଇତି ପରବ

ଲାଗେ ଅବା ମନୋହର

କୁଆଁର ପୁନେଇ ଦଣ୍ଡ ଝାମୁ ଯାତ୍ରା

ପିଠା ପଣା ଭାସେ ଘର ।।


ସ୍ନେହ ସରାଗର ଗନ୍ତାଘର ଟିଏ

ମୋ ଗାଆଁ ମୋ ଜୀବନ

କି ସୁନ୍ଦର ଆହା କି ଆନନ୍ଦ ମୟ 

ସତେ କି ବୈକୁଣ୍ଠ ଭବନ ।।


ସୁଖ ଶାନ୍ତି ମିଳେ ସବୁରି ଗହଣେ

ମିଳେ ସହଯୋଗ ହାତ

ସଦ୍ ଭାବନା ପ୍ରିତୀ ଭାଇଚାରା ବେଶୀ

ନ ଥାଏ କା ମନେ ଖେଦ ।।


କଳା ସଂସ୍କୃତିର ଲୀଳାଭୁମି ଅଟେ

ବାର ମାସେ ତେର ପର୍ବ

ମନ ଆନନ୍ଦରେ ସଭିଏଁ ପାଳନ୍ତି

ନ ରଖି ମନରେ ଗର୍ବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍