STORYMIRROR

Sushantkumar Pradhan

Classics

3  

Sushantkumar Pradhan

Classics

ଯୋଗମାୟା ମହାକାଳୀ

ଯୋଗମାୟା ମହାକାଳୀ

1 min
351

ଯୋଗମାୟା ମହାକାଳୀ ଶିବାନୀ ଭବାନୀ

ଅଭୟ ଦାୟିନୀ ମାଗୋ ବିଘ୍ନ ବିନାଶିନୀ

ନରମୁଣ୍ଡ ମାଳିନୀ ମାଆ ମୁକୁଳା କେଶିନୀ

ଜ୍ୱ।ଳାମୁଖୀ ଧୂମାବତୀ ମୃତ୍ୟୁ ସଂଜିବନୀ


ଶକଂର ଅଂକଶାୟିନୀ ଶକ୍ତି ପ୍ରଦାୟିନୀ

ଅମୃତମୟୀ ଜନନୀ ତମସା ନାଶିନୀ

ଦଶଦିଗେ ପାଉ ପୂଜା ସିନ୍ଦୁରା ମଣ୍ଡିନୀ

କୋଟି ଜନ ମନୋହାରୀ ଖର୍ପରଧାରିଣୀ


ଆଦ୍ୟାଶକ୍ତି ମହାମାୟୀ ପରମବୈଷ୍ଣବୀ

ମହାକାଳୀ ଶ୍ୟାମାକାଳୀ ମହା ଭଇରବୀ

ବିପଦେ ଆପଦେ ମାଗୋ ସାହା ହେଉ ତୁହି 

ଆଶାର କିରଣ ବାରି ଦିଅ ହୃଦେ ବହି


ଭକ୍ତିରସେ ମଥାନତ ତବଶ୍ରୀ ପୟରେ 

ଶୁଭଦୃଷ୍ଟି ବଳେ ସୃଷ୍ଟି ରହୁ ଏ ମହୀରେ 

ଶାନ୍ତି ମୈତ୍ରୀ ପ୍ରେମେ ସିକ୍ତ ହେଉ ଏ ଜଗତ

ଜଟିଳ ଗନ୍ତବ୍ୟ ପଥ ହେଉ କୁସୁମିତ


ସାନ୍ନିଧ୍ୟେ କଳୁଷ ପାପ ତାପ ହେଉ କ୍ଷୟ

ସ୍ନିଗ୍ଧପରଶେ ଅବନୀ କର ପୂଣ୍ୟମୟ

ଶୁଦ୍ଧ ଚିତ୍ତେ ପ୍ରେମ ଦୀପ ହୃଦେ ଦିଅ ଜାଳି

ସଭିକଂ ପାଇଁ ସୁନ୍ଦର ହେଉ ଦୀପାବଳୀ


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics