STORYMIRROR

Kulamani Sarangi

Comedy Others

3  

Kulamani Sarangi

Comedy Others

ନଟବର(ପଲ୍ଲୀ କବିତା)

ନଟବର(ପଲ୍ଲୀ କବିତା)

1 min
9.1K


ଗୋରା ହବକି ହେ ଜନ୍ଦା ନଗେଇଲେ

ନିତି ଫେଆର ଲଭଲୀ ?

ବ୍ୟାଟ ହଲେଇ ଡିଆଁ ଡେଇଁ କରି

ହେଲାଣି କିଏ କୋହଲି ?

ସୁଉଟୁ ବୁଉଟୁ ଫିଇଟି କହ୍ନେଇ

ମାରି ସ୍ନୋ ପାଉଡର,

ମା ଧାନ୍ କୁଟେଇ; ଆଙ୍ଗୁଳେ ପାଣିରେ

ପୁଅ ହୁଏ ଫର ଫର।

ଦୂର ସହରରେ ରହି ଦୋକାନରେ

ଗାଁ'ରେ ମାରେ ଫୁଟାଣି,

ହେଇଚି 'ସେଲସ୍ ଏଜିକିଉଟିବି*

ପଇସା ଆଣୁଚି ଗଣି।

ବେଙ୍କ୍ ବାରେଣ୍ଡା ବୁଲି ଥରେ, ବାଣ୍ଟି

ପଇଠ, ଉଠାଣ ପର୍ଚ୍ଚି,

'ଶାଖା ମେନେଜର' ଥିଲା ବୋଲି କହି

କଲର ଟେକି ବୁଲୁଚି।

'ବିମା ଅଫିସର'କହି କେତେଦିନ

ଭଣ୍ଡେଇ କେତେ ଲୁଟିଲା,

ମିଛ ରସିଦକୁ ନୋକଙ୍କୁ ଧରେଇ

ପକେଟ ଗରମ କଲା।

ପୁଣି କିଛିଦିନ ହେଲା କନ କନ

ଚେନେଲ ଏଜେଣ୍ଟ କହି,

ଚାର୍ଜ୍ କରିବ ଟିଭି ବୋଲି ନେଲା

ନୋକଙ୍କୁ ଚୁନ ନଗେଇ।

ଗ୍ୟାସ ଯୋଗାଡ,ଫୁନୁ ରିଚାର୍ଜ

ସବୁଥିରେ ସେ ଉସ୍ତାଦ,

ଯେବେ ଅନ୍ୟଗତି ନାହିଁ ହୋମପାତି

କରି ଦିଏ ସେ ଓଷଦ।

ସକାଳେ ଦେଖିବ ଶିବଙ୍କ ମୁଣ୍ଡରେ

ଦଉଥିବ ଚମ୍ପାଫୁଲ,

ରାତି ଅଧିଆରେ ମନ୍ଦିର ବେଢାରେ

ଟେକୁଥିବ ସେ ବୋତଲ।

ଏମିତିଆ ନଟବରଟିଏ କାହିଁ

ଦେଖିଚ ଭଉଣୀ ଭାଇ,

ସାମ୍ବାଦିକ ସିଏ,ଓକିଲ ବି ସିଏ

ସିଏ ଷଣ୍ଢ ସିଏ ଗାଈ।

*ଏଜିକିଉଟିବି---ଏକ୍ଜିକ୍ଯୁଟିଭ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy