STORYMIRROR

Ajay kumar Behera

Tragedy

4  

Ajay kumar Behera

Tragedy

"ଛଳନା-୨''

"ଛଳନା-୨''

1 min
207



ମରୀଚିକା ପଛେ

ଧାଉଁ ଧାଉଁ ମୁହିଁ

ଥକି ପଡ଼ି ଗଲି

ପାରିଲି ନାହିଁ ମୁଁ ଜାଣି।୧।


ମରୀଚିକା ନୁହେଁ

ମନର ଭ୍ରମ ମୋ

ଯେତେ ବୁଝେଇଲେ

ବୁଝି ମୁଁ ପାରେନି ପୁଣି।୨।


ଛଳନା କରିଲୁ

ଛଳନା ଜାଲରେ

ଛନ୍ଦି ହେଇ ଗଲି

କେଉଁ ଭାବନାରେ ମୁହିଁ।୩।


ଯେତେ ଚାହିଁଲେ ବି

ମୁକୁଳି ପାରୁନି

ବଞ୍ଚିବାର ଆଶା

ହରେଇ ସାରିଛି ମୁହିଁ।୪।


ଧନ୍ୟ ଧନ୍ୟ ଆରେ

କେଡ଼େ ସ୍ୱାର୍ଥପର

କେମିତି ସାଜିଲୁ

କି ଲାଭ ପାଇଲୁ କହ।୫।


ଦୁଃଖରେ ବଞ୍ଚିଛି

ମରି ମରି ମୁହିଁ

ସହି ମୁଁ ପାରୁନି

ଆଖିରୁ ଝରୁଛି ଲୁହ।୬।



Rate this content
Log in

Similar oriya poem from Tragedy