STORYMIRROR

Jesu christ Muduli

Comedy Tragedy

3  

Jesu christ Muduli

Comedy Tragedy

ଭରା କୋଳ

ଭରା କୋଳ

1 min
537

କଦଳୀ କହୁଛି

ହେ କୁନ୍ଦୁରି ଗଣ 

ତୁମେ ଯାଅ ଭଜା ହେଇ...

କୁନ୍ଦୁରି କହଇ 

ଯଦି ମୁଁ ଯିବି 

କାଙ୍କଡ଼ ବି ଯିବ 

ଆମେ ଦୁହେଁ ଦୁଇ ଭାଇ...।

କାକୁଡି କହୁଛି

କଲରା ସୁନ୍ଦରୀ

ତୁମେ ମାର ନାହିଁ ଆଉ ଫୁରି...

ମାଲିକ ମଉସା

ସୋରିଷ ଦେଇକି

କରିବେ ଆଜି ତରକାରୀ....।।

ମୋତେ କାହିଁ କୁହ 

କଲରା କହୁଛି

ନାହିଁ ମୋର ଭଲ ଦେହ...

ଚେକି ଚେକି ହେଇ

କଟା ହେବା ପାଇଁ

କଦଳୀ - କାକୁଡି ଯାଅ ...।।।

କଳି ସବୁ ଶୁଣି

ଝୁଡି କହେ ପୁଣି

ଏମିତି ହୁଅ କିମ୍ପାଇ...

ଏତେ ଦିନ ପରେ

ମୋ କୋଳ ପୁରିଛି

ଭରିଛି ମୋ କୋଳ

ମୁଁ କାହାକୁ ଛାଡ଼ିବି ନାହିଁ....।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy