STORYMIRROR

PUSPALATA SAHOO

Comedy Romance

3  

PUSPALATA SAHOO

Comedy Romance

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
182

ଯାଇଥିଲି ଆଜି ସନ୍ଧ୍ୟା ଭ୍ରମଣରେ 

ମହାନଦୀ ପଠା ଯାଏ 

ଆଖି ମୋର ଲାଖି ଗଲା ସେଠି ଦେଖି 

ରୁପସୀ ତରୁଣୀ ଟିଏ !!

ହାତରେ ତାର ମୋବାଇଲ ଫୋନ 

ପାଦରେ ତା ହାଇ ହିଲ 

କାନ୍ଧରେ ପଡିଛି ଜୋତା ମାଳ ପରି 

ଗୋଟିଏ ଭାନିଟି ସିଲ !!

ଆଖିରେ ମାଖିଚି ହାଣ୍ଡି କଳା ଯାକ 

ଓଠରେ ରଙ୍ଗ ନାଲି 

ସାରା ରାଇଜର ବ୍ରହ୍ମାଣ୍ଡ ସୁନ୍ଦରୀ 

ନିଜକୁ ଭାବୁଛି ବୋଲି !!

ପୋଷାକ ପିନ୍ଧିଚି ଅଧା ଦେହ ତାର 

ଆଉ ଅଧା ଦିଶେ ଖାଲି 

କରିନା କାପୁର ଗୀତ ଗାଉ ଅଛି 

ଅଣ୍ଟା ହଲା ତାର ଚାଲି !!

ପଛ ପଟୁ ତାର ରୂପ ବଖାଣିଲି 

ସାମନାକୁ ଗଲି ଥରେ 

ବ୍ଲଡ଼ ପ୍ରେସର ମୋ ହାଇ ହୋଇଗଲା 

ପଡିଲି ବେଡ଼ ଉପରେ !!

ସନ୍ଧ୍ୟା ଭ୍ରମଣ ମୋ ରହିଲା ଅଧାରେ 

ଦେଖି ମେଡିକାଲ ବେଡ଼ 

ଆଉ ଯିବି ନାହିଁ ସଞ୍ଜରେ ସଙ୍ଗାତ 

ବୁଲାଏ ମୋହର ହେଡ଼ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy