ସନ୍ଧ୍ୟା ଭ୍ରମଣ
ସନ୍ଧ୍ୟା ଭ୍ରମଣ
ଯାଇଥିଲି ଆଜି ସନ୍ଧ୍ୟା ଭ୍ରମଣରେ
ମହାନଦୀ ପଠା ଯାଏ
ଆଖି ମୋର ଲାଖି ଗଲା ସେଠି ଦେଖି
ରୁପସୀ ତରୁଣୀ ଟିଏ !!
ହାତରେ ତାର ମୋବାଇଲ ଫୋନ
ପାଦରେ ତା ହାଇ ହିଲ
କାନ୍ଧରେ ପଡିଛି ଜୋତା ମାଳ ପରି
ଗୋଟିଏ ଭାନିଟି ସିଲ !!
ଆଖିରେ ମାଖିଚି ହାଣ୍ଡି କଳା ଯାକ
ଓଠରେ ରଙ୍ଗ ନାଲି
ସାରା ରାଇଜର ବ୍ରହ୍ମାଣ୍ଡ ସୁନ୍ଦରୀ
ନିଜକୁ ଭାବୁଛି ବୋଲି !!
ପୋଷାକ ପିନ୍ଧିଚି ଅଧା ଦେହ ତାର
ଆଉ ଅଧା ଦିଶେ ଖାଲି
କରିନା କାପୁର ଗୀତ ଗାଉ ଅଛି
ଅଣ୍ଟା ହଲା ତାର ଚାଲି !!
ପଛ ପଟୁ ତାର ରୂପ ବଖାଣିଲି
ସାମନାକୁ ଗଲି ଥରେ
ବ୍ଲଡ଼ ପ୍ରେସର ମୋ ହାଇ ହୋଇଗଲା
ପଡିଲି ବେଡ଼ ଉପରେ !!
ସନ୍ଧ୍ୟା ଭ୍ରମଣ ମୋ ରହିଲା ଅଧାରେ
ଦେଖି ମେଡିକାଲ ବେଡ଼
ଆଉ ଯିବି ନାହିଁ ସଞ୍ଜରେ ସଙ୍ଗାତ
ବୁଲାଏ ମୋହର ହେଡ଼ !!

