STORYMIRROR

Srinibas Mahalik

Comedy

3  

Srinibas Mahalik

Comedy

ବରା

ବରା

1 min
259

ଭୁବନେଶ୍ବରରେ ବରାର ଆକାର

ଅଟେ ଅତ୍ୟଧିକ ଛୋଟ

ଦଶ କି ବାରଟା ଖାଇଲେବି ସୁଧା

ପୂରୁନାହିଁ ଜମା ପେଟ ।।


ଟଙ୍କା ଅନୁଯାୟୀ ବରାକୁ ଦେଖିଲେ

ହାଡକୁ ଯାଉଛି ବାଧି

ଇଚ୍ଛା ହୁଏ ଖାଲି ଦୋକାନୀବାଲାକୁ

ଦିଅନ୍ତିକି ଟିକେ ଶୋଧି ।।


ବିରି ପରିମାଣ କମିଯିବା ସହ

ଆକାର ବି ହେଲା ଛୋଟ

ବଜାରରୁ ଆଉ କଅଣ ଖାଇବି

ଦିଶୁନାହିଁ ବୁଦ୍ଧିବାଟ ।।


ହେ ସରକାର ଏଥି ପ୍ରତି ଟିକେ

ପଡୁ ଆପଣଙ୍କ ଧ୍ୟାନ

ନହେଲେ ଆମର ବରା ପ୍ରେମୀଙ୍କର

ଚାଲୁ ହେବ ଅନଶନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy