Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Comedy Inspirational

3  

ତାରାପ୍ରସାଦ ଜେନା

Comedy Inspirational

ଭାଇବର କ'ଣ କଲା ସେ

ଭାଇବର କ'ଣ କଲା ସେ

1 min
283



ଭାଇବର କ'ଣ କଲା ସେ.....

ମଲା କଙ୍କଡ଼ାକୁ ଓଲଟି ଆସୁନି

ଜୀଅନ୍ତା ଧରିବ କାହାକୁ ଦିଶୁନି

ଗାତ ପାଖେ ହାତ ହଲା ସେ !


ଭାଇବର କ'ଣ କଲା ସେ.....

ବାପର ବୋଲକୁ ଅବୋଲା ଗୋଟାକ

କାମକୁ ବିସୁଖ କୋଢ଼ିଆ ନାଟକ

ଭଲ ଛଡ଼ା ମନ୍ଦ ପିଲା ସେ !


ଭାଇବର କ'ଣ କଲା ସେ.....

ପେରମ ଉଛୁଳି ଖାଇଲା ଜାବଡ଼ା

ଚୂନକୁ କାଳିରେ ସାଜିଲା ଥୋବଡ଼ା

ଦେଖା ପୁଣି ମୁହଁ ଭଲା ସେ !


ଭାଇବର କ'ଣ କଲା ସେ.....

ୟା'ତଣ୍ଟି ଚିପିଲା ତା'ତଣ୍ଟି ଚିପିଲା

ଆଲୁଅ ଦେଖିକି ଅନ୍ଧାରେ ଛପିଲା

ଧରାପଡ଼ି ଜେଲ୍ ଗଲା ସେ !


ଭାଇବର କ'ଣ କଲା ସେ.....

ମନ୍ଦିର ତୋଳିନି ବାଟରେ ହଗିଛି

ଯେମିତି ସେମିତି ନାଆଁକୁ ଜଗିଛି

ନିନ୍ଦା ବନ୍ଦା ବନ୍ଦି ଠେଲା ସେ !


ଭାଇବର କ'ଣ କଲା ସେ.....

ଗୋଲେଇ ଚଷମା ଆଖିରେ ନଗେଇ

ଆଣ୍ଠୁ ଲୁଚା ଲୁଗା ଦିହକୁ ବାଗେଇ

ମିଛ ଗାନ୍ଧୀ ପାର୍ଟ ନେଲା ସେ !


ଭାଇବର କ'ଣ କଲା ସେ.....

କୁମ୍ଭୀର କାନ୍ଦଣା ଭାବିଲା ଫାଇଦା

ମିଛକୁ ଗମ୍ଭୀର ଆଦବ କାଇଦା

ମାୟା ଯେତେ କାୟା ଥିଲା ସେ !




Rate this content
Log in

Similar oriya poem from Comedy