STORYMIRROR

Pramod Kumar Jena

Comedy

3  

Pramod Kumar Jena

Comedy

ଚାଲବାଜି

ଚାଲବାଜି

1 min
295

ପରିବା ବସ୍ତାକୁ      ରାସ୍ତାରେ ଫିଙ୍ଗିବେ

କମିଗଲେ ଟିକେ ଦର

ବଢିଗଲେ ପୁଣି       ବେକରେ ପଡିବ

ପିଆଜ ଟମାଟ ହାର (1)


କ୍ଷୀରବାଲା ସାଜି      ରାସ୍ତାରେ ଢାଳିବେ

ହଜାର ଲିଟର କ୍ଷୀର

ଶିକ୍ଷକ ବାପୁଡା ମରିଗଲେ କିନ୍ତୁ

ଫିଟିବନି ପଦେ ସ୍ୱର (2)


ଯେତେ ରାଜନୀତି    କରନ୍ତି ଏ ଭଳି

ଅଧିକାଂଶ ଟାଉଟର

ଜଣେ ହେଲେ କେହି ଖେତି କରନ୍ତିନି

ଗାଈ ରଖିବା ତ ଦୂର (3)


ଗଉଡ ଢାଳେନି       ଗାଈ କ୍ଷୀର କେବେ

ପରିବା ଫିଙ୍ଗେନି ଚାଷୀ

ରାଜନୀତିଆଙ୍କ ଚାଲବାଜି ସବୁ

ଚାଲେ ଅଙ୍କ କଷା କଷି (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy