Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Comedy Drama Tragedy

3  

Prabhati Mahapatra

Comedy Drama Tragedy

କମେଣ୍ଟ୍ ଦେବାର ଫଳ

କମେଣ୍ଟ୍ ଦେବାର ଫଳ

1 min
217


କାହାକୁ କହିବି ମୋ ଦୁଃଖ କଥା

କିଏ ସେ ବୁୁୁୁଝିିବ ହୃଦୟ ବ୍ୟଥା ।

ଅତ୍ୟନ୍ତ ଆଗ୍ରହେ ମୋବାଇଲ ଧରି

ଫେସବୁୁକ୍ ଟା ନେଲି ଆଦରି ।

ଦେଖିଲି ସତେ କି ନୂଆ ଦୁନିଆଁ

ମନରେ ଲାଗିଲା ଟିିିକେ ଛାନିଆଁ ।

ସମସ୍ତେ ଲାଗିଲେ ଭାରି ନିଜର

ଯେହ୍ନେ ଜହ୍ନ ରାଜ୍ୟେ ଘର ମୋହର ।

ଭଉଣୀ ଭଳି ମୋ ଆଖିରେ ପଡେ

କମେଣ୍ଟ ଦେବାକୁ ମନ ମୋ ବଢେ ।

ଆୟୁୁଶ୍ମତୀ ବୋଲି ଦେଲି ମୁଁ ଲେଖି

ମୋ ପତ୍ନୀ ଦେହରେ ଗଲା ଟି ଲାଖି ।

ନାଗୁଣୀ ପରିକା ପଣାକୁ ଟେକି

ରାଗ ଗରଗରେ ଦେଲା ସେ ବକି ।

ଆଜି ଭାବି ନେଲ ଭଉଣୀ ବୋଲି

ତା ବୁଦ୍ଧି ରେ ପଡ଼ି ଦେବ ଟି ଠେଲି ।

କାଲି କି କିଏ ସେ ହେବ ମାଉସୀ

ବିପଦ ବେଳରେ ପଡିିବ ଝାସି ।

ମୋତେ ଦେଖେଇବ ଦିିିିନରେ ଚାନ୍ଦ

ତା ପାଇଁ ମନରେ ବଢିବ ଦ୍ଵନ୍ଦ ।

କଥା ଶୁଣି ଶୁଣି ଘୁରିଲା ମଥା

ଏକ ମୁହାଁ ହୋଇ କାଟିିଲି ରାସ୍ତା ।

ବାଟରେ ଭେଟିଲା ଭଉଣୀ ମୋର

ଆକଟେ ବୋଲଇ ଭାଇ ମୋହର ।

କାହିଁକି ଅବୁଝା ହେଉଛୁ ତୁହି

ଘରରେ ଅଶାନ୍ତି ତୋହରି ପାଇଁ ।

ଭାଉଜ କୁହନ୍ତି କଟୁ ବଚନ

ବାହାରେ ଘୁରୁଛି ଶତୃ ଲୋଚନ ।

ଫେସବୁକ ଧନ୍ଦା ଛାଡି ଦେ ତୁହି

କେହି ନୁହନ୍ତି ରେ କାହାର ଭାଇ ।

ଯଦି ସବୁ କିଛି ଠିକ୍ ଥାଆନ୍ତା

ଲାଇକ କମେଣ୍ଟ ବୋହି ପଡନ୍ତା ।

ଆଜ୍ଞାନୀ ମନରେ କଳୁୁୁଷ ଜାତ

ସେ କାହୁଁ ବୁୁୁଝିବ ମାନ ମହତ୍ ।

ଭଉଣୀ ମୋହର ଭାରି ଚତୁରୀ

କଥାରେ ଦେଲା ସେ ଦୁଃଖରୁ ତାରି ।

ଧନ୍ୟବାଦ ପ୍ରଭୁ କରିଲ ରକ୍ଷା

ମୋ ଜୀବନ ତୁମେ ମାଗୁଛି ଭିକ୍ଷା ।


 



Rate this content
Log in

Similar oriya poem from Comedy