STORYMIRROR

Dr Baman Chandra Dixit

Comedy

3  

Dr Baman Chandra Dixit

Comedy

ଗୁଗଲ ମିଇଟ କଥା

ଗୁଗଲ ମିଇଟ କଥା

1 min
376


ଏକା ଏକା ବସି ହସିବା ପାଇଁକି

ବାତାବରଣ ପାଉନ

ହାସ୍ୟ କବିଙ୍କର ସମ୍ମିଳନୀ ଆଜି

ଅନ ଲାଇନ ଯାଉନ।


ଗାଇବା କହିବା ଶୁଣି ଶୁଣେଇବା

କରୋନା କଲା ସରଳ

ଘରେ ବସି ବସି ଆସର ରେ ମିଶି

ଗୁଗଲ ମିଟ ରେ ଖେଳ ।


ଗୁମର କଥା ମୁଁ କହୁଛି ସାଥି ହେ

କାହାକୁ କହିବ ନାହିଁ

ଏ ଅନ ଲାଇନ ଆସର ଫସର

ଜମା ଭଲ ଲାଗୁନାହିଁ ।


ଅଫିସ ଯିବାର ନାହିଁ ଦରକାର

ସାହେବ ବସିଲେ ଘରେ

ଯେତେ ଡେରି ହେଲେ ହେଉଥାଉ ପଛେ

ସମୟକୁ କେ ପଚାରେ।


ସହୁଛନ୍ତି ନିତି ଯେତେ କର୍ମଚାରୀ

ଅନ ଲାଇନି ର ବ୍ୟଥା

ମିଳନ୍ତା ଯଦି ଏ ଏ ଗୁଗଲ-ମିଟ

ଛେଚି ଦିଅନ୍ତି ତା ମଥା।


ଦରମା ମିଳୁଛି ଆଠ ଘଣ୍ଟା ପାଇଁ

ଖଟୁଛି ଏଗାର ଘଣ୍ଟା

ଇତି ଅନ ଲାଇନି ଆସର ବେଦନା

ଗୁଗଲ ମିଇଟ କଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy