Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Comedy Romance

3.6  

BULU BEHERA

Comedy Romance

ଟିକେ ହାଉଲେ ହାଉଲେ ଚାଲ

ଟିକେ ହାଉଲେ ହାଉଲେ ଚାଲ

1 min
456


ହାଉଲେ.... ହାଉଲେ.... ଚାଲେ... ଲୋ.. ଗୋରୀ

        ଆଗକୁ ପଛକୁ  ଦେଖି କରି,

ଆଗରେ ଟୋକାକୁ, ପଛରେ ଟୋକା

       ନେଇଯିବେ ତୋତେ ଟେକି ଧରି l(0)


ତୋ' ଗୋରା ବଦନ କଳା ପଡିବ

        ସୀତାଙ୍କ ପରି ତୋ ଦଶା ହେବ,

କାନ୍ଦୁଥିବୁ ଏକା ଲୁହ ଗଡାଇ

        ସାହା ଭରସା କେହି ନ ଥିବ l

ମୋ' ପ୍ରେମ ଜାଲରେ ପଡି ଯାଆ ଗୋରୀ

        ଚାହିଁ ରହିଛି ମୁଁ ଚାତକ ପରି,

ହାଉଲେ.....................................................|(1)


ଫୁଲ ସବାରୀରେ ତୋତେ ବସେଇ

ନେଇଯିବି ଲୋ ଗୃହକୁ ମୁହିଁ,

ସବୁ ଦେଖୁଥିବେ ତାଟକା ହୋଇ

        କିଏ କିଛି କରି ପାରିବେ ନାହିଁ l

ମୋ' ହାତରେ ହାତ ଦେ ତୁ' ମିଶାଇ

       ବାନ୍ଧିଦେ ମୋ' ହାତେ ପ୍ରେମର ଡୋରୀ,

ହାଉଲେ.................................................... (2) 



Rate this content
Log in

Similar oriya poem from Comedy