STORYMIRROR

BULU BEHERA

Comedy Romance

3  

BULU BEHERA

Comedy Romance

ଟିକେ ହାଉଲେ ହାଉଲେ ଚାଲ

ଟିକେ ହାଉଲେ ହାଉଲେ ଚାଲ

1 min
450

ହାଉଲେ.... ହାଉଲେ.... ଚାଲେ... ଲୋ.. ଗୋରୀ

        ଆଗକୁ ପଛକୁ  ଦେଖି କରି,

ଆଗରେ ଟୋକାକୁ, ପଛରେ ଟୋକା

       ନେଇଯିବେ ତୋତେ ଟେକି ଧରି l(0)


ତୋ' ଗୋରା ବଦନ କଳା ପଡିବ

        ସୀତାଙ୍କ ପରି ତୋ ଦଶା ହେବ,

କାନ୍ଦୁଥିବୁ ଏକା ଲୁହ ଗଡାଇ

        ସାହା ଭରସା କେହି ନ ଥିବ l

ମୋ' ପ୍ରେମ ଜାଲରେ ପଡି ଯାଆ ଗୋରୀ

        ଚାହିଁ ରହିଛି ମୁଁ ଚାତକ ପରି,

ହାଉଲେ.....................................................|(1)


ଫୁଲ ସବାରୀରେ ତୋତେ ବସେଇ

ନେଇଯିବି ଲୋ ଗୃହକୁ ମୁହିଁ,

ସବୁ ଦେଖୁଥିବେ ତାଟକା ହୋଇ

        କିଏ କିଛି କରି ପାରିବେ ନାହିଁ l

ମୋ' ହାତରେ ହାତ ଦେ ତୁ' ମିଶାଇ

       ବାନ୍ଧିଦେ ମୋ' ହାତେ ପ୍ରେମର ଡୋରୀ,

ହାଉଲେ.................................................... (2) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy