Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

3  

Arjuni charan Behera

Comedy Others

କାର୍ତ୍ତିକ ଭୋଜନ

କାର୍ତ୍ତିକ ଭୋଜନ

1 min
356



ମହାପୁଣ୍ୟ ମୟ ଅଟେ ଏ କାର୍ତ୍ତିକ ମାସ

କାର୍ତ୍ତିକେ ଭକ୍ଷଣ କେବେ ନକର ଆଇଁଷ l


ସର୍ବଦା ଆମିଷ ଭୋଜି ପକ୍ଷୀଟିଏ ବକ

ଏକାଳେ ଆମିଷ ତେଜି ପାଳଇ ପଞ୍ଚୁକ l


ଆମିଷ ଭୋଜନେ ସଦା ତମ ଗୁଣ ଜାତ

ଯଥା ସମ୍ଭବେ ଏହାକୁ କର ପରିତ୍ୟକ୍ତ l


ନଛାଡ଼ିପାରୁଛ ଯେବେ ଆମିଷ ଭୋଜନ

ଖାଲି ତେଜ ଏହା ପଞ୍ଚୁକର ପାଞ୍ଚ ଦିନ l


ସକାଳୁ ସକାଳୁ ଉଠି ସ୍ନାହାନ କରିବ

ଦାମୋଦର ଶ୍ରୀବିଷ୍ଣୁଙ୍କୁ ଜଳ ଅର୍ଘ୍ୟଦେବ l


ମୁଗ ଖେଚୁଡ଼ି ସାଙ୍ଗରେ ସିଝାଇବ ଓଲ

ଦରସିଝା ହେଲେ ପାଟି ହେବ ଗଲଗଲ l


ଚକଡ଼ି ଦେବ ତାହାକୁ ଦେଇ ଟିକେ ଖଟା

ସେଥିରେ ପକାଇଥିବ କଞ୍ଚା ଲଙ୍କା ଗୋଟା l


ଘିଅ ଖେଚୁଡ଼ି ହୋଇବ ପ୍ରାତଃ ଜଳଖିଆ

କୃଷ୍ଣଙ୍କୁ ଭୁଞ୍ଜାଉଥିଲେ ଯଶୋମତି ମାଆ l


ଦୁଇ ପ୍ରହରେ ଡାଲମା ଓ ଅରୁଆ ଭାତ

ଭାତରେ ପକାଇଦେବ ଅଳ୍ପ ଟିକେ ଘୃତ l


ଆକାଶ ଛୁଆଁ ହୋଇଛି ପରିବାର ଦାମ୍

ଅଳପେ ଅଳପେ ସାଧୁ ଚଳାଇବ କାମ l


ମାଟିଆଳୁ,ସାରୁ,ବୋଇତାଳୁ ଓଉଫଡା

ଡାଲମା କରିବ ପୁଣି ରାଇ ଶାଗ ଖଡ଼ା l


ରାତିରେ ଅଳପ ଖାଇ ଶୋଇବ ସଅଳ

ଆସିଲା ଏବେ ସକାଳୁ ଡଙ୍ଗାଭସା ବେଳ l


କାର୍ତ୍ତିକେ ପୁଣ୍ୟ ଅର୍ଜିବ ପୁଜି ନାରାୟଣ

ଛାଡ଼ଖାଇ ନ କରିବ ବଧି ଜୀବ ଗଣ l

       


Rate this content
Log in

Similar oriya poem from Comedy